Latest Odisha News

BREAKING NEWS

କୋଭିଡ ସେଣ୍ଟର ହେବ ବ୍ରହ୍ମପୁର ସିଟି ହସ୍ପିଟାଲ

ବ୍ରହ୍ମପୁର: ବ୍ରହ୍ମପୁର ସିଟି ହସ୍ପିଟାଲକୁ କୋଭିଡ ସେଣ୍ଟର ଭାବେ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।

ସୂଚନା ଅନୁଯାୟୀ, ୧୨୫ ବେଡ୍ ମଧ୍ୟରୁ ୧୦୦ଟି କୋଭିଡ ରୋଗୀଙ୍କ ପାଇଁ ଏବଂ ୨୫ଟି କରୋନା ସଂକ୍ରମିତ ଗର୍ଭବତୀ ମହିଳାଙ୍କ ପାଇଁ ରହିବ।

କୋଭିଡ ରୋଗୀଙ୍କ ସୁବିଧା ପାଇଁ ଡାକ୍ତରଖାନାର OPD ଏବଂ IPD ସେବାକୁ ବାତିଲ କରାଯାଇଛି। ଅନ୍ୟ ସ୍ୱାସ୍ଥ୍ୟ ଡିସପେନସାରିରେ ଥିବା ଓପିଡି ସେବା ପୂର୍ବପରି ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.