Latest Odisha News

BREAKING NEWS

ବ୍ୟବସାୟୀ ମହାସଂଘର ବଡ଼ ନିଷ୍ପତ୍ତି, ସାରା ରାଜ୍ୟରେ ଦିନ ୨ଟାରୁ ବନ୍ଦ ରହିବ ଦୋକାନ

ଭୁବନେଶ୍ବର : ସାରା ରାଜ୍ୟରେ ମହାମାରୀ କରୋନା ଏବେ ଉପରମୁହାଁ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ପ୍ରଶାସନର ବଢ଼ିଲାଣି ଚିନ୍ତା । ଏହାରି ଭିତରେ ବିଭିନ୍ନ ସ୍ଥାନରେ କଟକଣା ବି ଲାଗିଲାଣି । ତେବେ କରୋନାକୁ ମୁକାବିଲା କରିବା ପାଇଁ ଏବେ ଅଣ୍ଟା ଭିଡିଛି ବ୍ୟବସାୟୀ ମହାସଂଘ । ଏଣିକି ସାରା ରାଜ୍ୟରେ ଦିନ ୨ଟାରୁ ବନ୍ଦ ରହିବ ଦୋକାନ । ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛି ମହାସଂଘ ।

ରାଜ୍ୟରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ଲୋକେ ନିୟମର ଖିଲାପ କରୁଛନ୍ତି । ଯେଉଁଥିପାଇଁ ସଂକ୍ରମଣ ବ୍ୟପିବାରେ ଲାଗିଛି । ତେଣୁ ଏହି ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ପଦକ୍ଷେପ ନେବାକୁ ଅଣ୍ଟା ଭିଡିଛି ପ୍ରଶାସନ । ଆଜି ସାରା ରାଜ୍ୟରୁ ୮୬୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ୍‌ରୁ ୪୯୪୮ ଥିବା ବେଳେ, ଲୋକାଲ କେସ୍ ରହିଛି ୩୭୩୩ ।

Leave A Reply

Your email address will not be published.