ନୂଆଦିଲ୍ଲୀ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ନୂତନ ପ୍ରୋଟୋକଲ୍ ଅନୁଯାୟୀ, ଟିଭି, ଚଳଚ୍ଚିତ୍ର କିମ୍ବା ବିଜ୍ଞାପନ ସୁଟ୍କୁ ରାଜ୍ୟରେ ଅନୁମତି ମିଳିନାହିଁ। ପ୍ରାୟ ଅନେକ ଟେଲିଭିଜନ ଏବଂ ରିୟାଲିଟି ସୋକୁ ମୁମ୍ବାଇରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ସେହିପରି ସୋନି ଚ୍ୟାନେଲ୍ ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ସୋ ସୁପର ଡାନ୍ସର୍ ମଧ୍ୟ ଡାମନ୍କୁ ସ୍ଥାନାନ୍ତର ହୋଇଛି।
ପ୍ରତିଯୋଗୀଙ୍କ ସହ ସୋର ବିଚାରପତିମାନେ ମଧ୍ୟ ସୁଟିଂ ପାଇଁ ଡାମନ୍ ଯାଉଛନ୍ତି। ତେବେ ସୂଚନା ଅନୁଯାୟୀ ସୁପର ଡାନ୍ସର୍ ଚାପ୍ଟର ୪ର ଜଜ୍ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଆଗାମୀ ଏପିସୋଡ୍ରେ ନଜର ଆସିବେ ନାହିଁ।
ତାଙ୍କ ସ୍ଥାନରେ ମଲାଇକା ଆରୋରା ଏବଂ ଟେରେନ୍ସ ଲୁଇସ୍ଙ୍କୁ ଦେଖିବାକୁ ମିଳିବ। ତେବେ ମୁମ୍ବାଇରେ ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ଶିଳ୍ପା ସୋର ଅଂଶୀଦାର ନ ହେବାକୁ କହିଥିବା ସୂଚନା ମିଳିଛି।
Comments are closed.