ଭଦ୍ରକ: ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସର କୋଭିଡ୍ ୱାର୍ଡରେ ଅଗ୍ନିକାଣ୍ଡ । ଭଦ୍ରକ ଡାକ୍ତରଖାନା ପରିସରରେ ଥିବା କୋଭିଡ ୱାର୍ଡର ଡିଜି ରୁମରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବାବେଳେ ଡିଜି ରୁମରେ ସାମାନ୍ୟ କ୍ଷୟକ୍ଷତି ହୋଇଛି ।
ଅଗ୍ନିକାଣ୍ଡ ବିଷୟରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା । ଛାନ୍ଭିନରୁ ଜଣାପଡିଛି ଜେନେରେଟର୍ ଘରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା । କୌଣସି କ୍ଷୟକ୍ଷତି ହୋଇନଥିଲେ ହେଁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ପହଂଚି ଭଦ୍ରକ ଜିଲ୍ଲାପାଳ ଓ ଏସ୍ପି ସ୍ଥିତି ସମୀକ୍ଷା କରିଥିବା ସୂଚନା ରହିଛି । ଏହି ଘଟଣାକୁ ନେଇ ଲୋକେ ଭୟଭୀତ ହୋଇପଡିଥିଲାବେଳେ ବିଦ୍ୟୁତ ତାର ଓ ଉପକରଣ ଯାଂଚ କରି ତାକୁ ବଦଳାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।