Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଘରଣୀ ଉଡ଼ିବେ ବାତ୍ୟାରେ

ଡଃ.କୁଳାଙ୍ଗାର 

ଜାଣି ଖୁସି ହେବେ ତାଲାବନ୍ଦିରେ ମୁଁ
ଦେଇ ଜଳଖିଆ ଚାହା,
ଅଧିକ ଅତିଥି ଡାକି ପାରିଲିନି
ପଚିଶିରେ ହେଲି ବାହା !!

ମୁଁ ଜାଣେ ଆପଣମାନେ ପଚାରିବେ
ବୋହୁପିଲାଟି କେମିତି ?
ସବୁ ଭଲ ଖାଲି ସ୍ୱରଟି ତାଙ୍କର
ସାଉଣ୍ଡ୍ ବକ୍ସ ଯେମିତି !!

କରୋନା ଯୋଗୁଁ ସେ ବୋର ହୁଅନ୍ତି
ଖାଲିଟାରେ ବସିବସି,
ଦେହରେ ତାଙ୍କ ଦେଢଶ କିଲୋ
ମାଉଁସ ହୋଇଲା ଲେସି !!

ସେ ଆସିଲା ବାସି ଲକଡାଉନରେ
ଗାଡି ଚଳାଚଳ ବନ୍ଦ,
ସେଇଥି ପାଇଁକି ନିଇତି ସଞ୍ଜରେ
ଶୁଭେ ଏକା ସ୍ବର କାନ୍ଦ !!

କାଲି ସେ ଟିଭିରୁ ବାତ୍ୟା ଖବର
ଦେଖି ହେଉଛନ୍ତି ଖୁସି,
ଗାଡି ବିନା କାଳେ ବାପଘର ଯିବେ
ବାତ୍ୟା ପହଁଞ୍ଚିଲେ ଆସି !!

ପଚାରିଲାରୁ ସେ କହନ୍ତି ହସି
ଛାତ ଉପରେ ମୁଁ ଥିବି,
ଘଣ୍ଟାକୁ ଶହେରେ ପବନ ବହିଲେ
ବାପଘର ଉଡ଼ି ଯିବି !!

ପଚାରିଲି ଆହେ ଘରଟା ତମର
ଆମଠାରୁ ନବେ ହେବ,
କହିଲେ ଆଗରେ ଧର୍ମଭାଇ ଘର
ସିଏ ନେଇ ଛାଡିଦେବ !!

 

Leave A Reply

Your email address will not be published.