ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ସିିରିଜ ଖେଳିବାକୁ ଯାଉଛି । କୋହଲି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ପଡିଆକୁ ଓହ୍ଲାଇବା ମାତ୍ରେ ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚରେ ନେତୃତ୍ୱ କରିବା ଗୌରବ ଅର୍ଜନ କରିବେ । ସେ ଏବେ ୬୦ ମ୍ୟାଚରେ ଭାରତର ନେତୃତ୍ୱ ସୁଚାରୁରୂପେ ତୁଲାଇବା ସହ ମହେନ୍ଦ୍ର ସିଂ ଧୋନୀଙ୍କ ସହ ସମକକ୍ଷ ହୋଇପାରିଛନ୍ତି । ଏହା ବ୍ୟତୀତ କୋହଲି ଭାରତର ସବୁଠାରୁ ସଫଳ ଅଧିନାୟକ ମଧ୍ୟ ହେବ । ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୬୦ ମ୍ୟାଚରେ ୨୭ରେ ବିଜୟ ହାସଲ କରିଥିବା ବେଳେ କୋହଲି ସମାନ ସଂଖ୍ୟକ ଟେଷ୍ଟରୁ ୩୬ ବିଜୟ ହାସଲ କରିଛନ୍ତି ।ସେହିପରି ଏହି ଇଂଲଣ୍ଡ ଗସ୍ତରେ କୋହଲି ଆଉ ଗୋଟିଏ ମ୍ୟାଚରେ ବିଜୟ ହାସଲ କଲେ ୱେଷ୍ଟଇଣ୍ଡିଜର ମହାନ ଖେଳାଳି କ୍ଲାଇଭ ଲୟଡଙ୍କୁ ପଛରେ ପକାଇ ୪ର୍ଥ ସଫଳ ଅଧିନାୟକ ହେବେ । ଲୟଡ ୭୪ ମ୍ୟାଚରେ ଦଳକୁ ୩୬ରେ ବିଜୟୀ କରାଇଛନ୍ତି । ସବୁଠାରୁ ସଫଳ ଅଧିନାୟକ ତାଲିକାରେ ଆଗରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ । ସେ ୧୦୯ ମ୍ୟାଚରୁ ୫୩ରେ ଦଳକୁ ଜିତାଇଛନ୍ତି । ତାଙ୍କ ପଛକୁ ରିକି ପଂଟି ( ୭୭ ମ୍ୟାଚ, ୪୮ ବିଜୟ), ଷ୍ଟିଭ ୱ (୫୭ ମ୍ୟାଚ, ୪୧ ବିଜୟ) ରହିଛନ୍ତି ।
BREAKING NEWS
- ଓଡ଼ିଆ ଯବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
- ଭାରତର ଏହି ସ୍ୱଦେଶୀ ବ୍ରାଉଜର୍ କ୍ରୋମ୍-ଫାୟାରଫକ୍ସକୁ ଦେବ ଟକ୍କର
- ଓଡ଼ିଶାରେ କଇଁଛଙ୍କ ସଂଖ୍ୟା ୧୫.୧୧ ଲକ୍ଷ ଟପିଲା
- ଥାନା IIC ଙ୍କୁ ସଂଘବଦ୍ଧ ଆକ୍ରମଣ, ୨୦ ଅଟକ
- ବିରଜା ମନ୍ଦିର ଭିତରେ ପଶିଲେ ବିଦେଶୀ ନାଗରିକ
- ଏଣିକି ଲୁଣି ପାଣିରେ ବିଘଟିତ ହେବ ପ୍ଲାଷ୍ଟିକ!
- ଇରାନକୁ ଟ୍ରମ୍ପଙ୍କ ବୋମାମାଡ଼ ଧମକ
- ରାଜ୍ୟବ୍ୟାପୀ ଓଡିଶା ଦିବସ ପାଳିବ ବିଜେଡି
- ଧୋନିଙ୍କୁ କାହିଁକି ଏସବିଆଇ ଦିଏ ୬ କୋଟି ଟଙ୍କା? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
- ଇଣ୍ଡିଗୋ ଉପରେ ୯୪୪ କୋଟି ଟଙ୍କାର ଜୋରିମାନା
Comments are closed.