Latest Odisha News

ଟିକା ନନେଲେ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ, ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ

ଉତ୍ତରପ୍ରଦେଶ: କରୋନା  କାଳରେ ଏବେ ଦେଶରେ ଜୋରଦାର ଚାଲିଛି ଟିକାକରଣ ଅଭିଯାନ । ତଥାପି ବହୁ ଲୋକ ଟିକାକୁ ନେଇ ଦ୍ୱନ୍ଦରେ ଅଛନ୍ତି । ବହୁ ସ୍ୱାସ୍ଥ୍ୟକର୍ମୀ ଓ ସରକାର କର୍ମଚାରୀ ଏଯାଏ ଟିକା ନେଇ ନାହାନ୍ତି । ଏଭଳି ସ୍ଥିତିରେ ଉତ୍ତରପ୍ରଜେଶର ଫିରୋଜାବାଦ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ପାଇଁ କଡ଼ା ନିୟମ କରିଛନ୍ତି । ଟିକା ନନେଲେ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ।

ଫିରୋଜାବାଦ ଜିଲ୍ଲାପାଳ ଚନ୍ଦ୍ର ବିଜୟ ସିଂହ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିଲେ ଉଲ୍ଲେଖ ରହିଛି ସରକାରୀ କର୍ମଚାରୀ ଟିକା ନନେବା ଯାଏ ମେ ମାସର ଦରମା ମିଳିବ ନାହିଁ । ଜିଲ୍ଲାରେ ବହୁ ସରକାରୀ କର୍ମଚାରୀ ଟିକା ନେଇ ନଥିବା ଖବର ପାଇବା ପରେ ଏଭଳି କଠୋର ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ ଚନ୍ଦ୍ର ବିଜୟ ସିଂହ । ତିନି ଦିନ ଭିତରେ ଟିକାକରଣ ସାର୍ଟିଫିକେଟ ଦାଖଲ ପାଇଁ ବି କୁହାଯାଇଛି ।

ବିଭିନ୍ନ ବିଭାଗର ମୁଖ୍ୟ ସୁନିଶ୍ଚିତ କରିବେ କେଉଁ କର୍ମଚାରୀ ଟିକା ନେଇ ନାହାନ୍ତି । ସେମାନଙ୍କ ବିରୋଧରେ ବିଭାଗୀୟ ମୁଖ୍ୟ ଆକ୍ସନ ନେବେ । ଦରମା ବନ୍ଦ କରିବେ । ଯଦି ସରକାରୀ କର୍ମଚାରୀ ଟିକା ନେବେ ନାହିଁ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ । ନିର୍ଦ୍ଦେଶ ପରେ ଫର୍ମକୁ ଆସିଛନ୍ତି ଟିକା ନେଇ ନଥିବା କର୍ମଚାରୀ । ତୁରନ୍ତ ଟିକା ନେଉଛନ୍ତି । ଫିରୋଜାବାଦ ଜିଲ୍ଲାପାଳଙ୍କ ଏଭଳି ନିର୍ଦ୍ଦେଶକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଚି ।

Leave A Reply

Your email address will not be published.