Latest Odisha News

BREAKING NEWS

ମାର୍ଚ୍ଚ ୮ରେ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ମାର୍ଚ୍ଚ ୮ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସିବେ ।

ଏନେଇ ଶନିବାର ଦିନ ଓପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

ଆହୁରି ମଧ୍ୟ ଏହି ଗସ୍ତବେଳେ ରାହୁଲ ଗାନ୍ଧୀ କୋରାପୁଟର ଜୟପୁରଓ ବରଗଡରେ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।

“କଂଗ୍ରେସ ଅଧ୍ୟକ୍ଷଙ୍କ ସହ ଓଡିଶା କଂଗ୍ରେସ ପ୍ରଭାରୀ(ଅସ୍ଥାୟୀ) ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଛତିଶଗଡ, ଟିଏସ୍ ସିଂହଦେଓ ଓ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ପ୍ରମୁଖ ଆସିବେ । ଏହି ଦୁଇଟି ସାର୍ବଜୈନିକ ସଭାରେ ଚାଷୀ, ଯୁବକ, ଦଳିତ ମର୍ଗ ଓ ମହିଳାଙ୍କ ଉପରେ ଫୋକସ୍ କରାଯିବ” ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

ଚଳିତବର୍ଷ ଏହା ରାହୁଲ ଗାନ୍ଧୀଙ୍କ ତୃତୀୟ ଓଡିଶା ଗସ୍ତ ହେବ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଜାନୁଆରୀ ୨୫ ତାରିଖରେ ଭୁବନେଶ୍ୱର ଓ ଫେବୃଆରି ୬ ତାରିଖରେ ପଶ୍ଚିମ ଓଡିଶା ଗସ୍ତରେ ଆସିଥିଲେ । ଏହି ସମୟରେ ସେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ।

Leave A Reply

Your email address will not be published.