ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୪୮ ଘଣ୍ଟା ଭିତରେ ସାରା ଓଡ଼ିଶାରେ ସକ୍ରିୟ ହେବ । ଏନେଇ ଅନୁକୂଳ ପରିବେଶ ରହିଛି । ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏବର୍ଷ ଆକଳନ ଅନୁସାରେ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିଛି ।
Southwest #Monsoon has set in over #Odisha today, the #10thJune 2021.
Conditions are favourable for further advance of southwest monsoon into remaining parts of Odisha, during next 48 hours. #Monsoon2021 #MonsoonUpdate #Monsoon pic.twitter.com/ZcEmW03Ism— Meteorological Centre, Bhubaneswar (@mcbbsr) June 10, 2021
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିଛି । ଏହାର ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜିଠାରୁ ରାଜ୍ୟରେ ବର୍ଷା ହେବ । ଆଗାମୀ ପାଞ୍ଚ ଦିନ ଅର୍ଥାତ ୧୪ ତାରିଖ ଯାଏ ବର୍ଷା ଲାଗି ରହିବ । ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତା ୪୮ ଘଣ୍ଟା ଭିତରେ ମୌସୁମୀ ବାୟୁ ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ର କିଛି ଅଞ୍ଚଳ, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ସକ୍ରିୟ ରହିବ । ଏହାର ପ୍ରଭାବରେ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
Comments are closed.