Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ରଜଦୋଳି କଟ କଟ

ଡଃ.କୁଳାଙ୍ଗାର 

ରଜଦୋଳି କଟ କଟ,
ଖେଳିବିନି ଏଇ କରୋନା ଯୋଗୁଁ ମୋ
ମନ ହୁଏ ଛଟପଟ !

ରଜ ସଜ ପାନଖିଆ,
ଛାଡିବନି ଦାଗ ମାସ୍କଟାକୁ ମୋ
ନାଲିଆ କରିବି କିଆଁ ?

ଲୁଗା ଦୋକାନ ତ ବନ୍ଦ,
ଲୁଚେଇ ପୋଷାକ କିଣି ପିନ୍ଧିବାକୁ
ମନମୋର କାନ୍ଦକାନ୍ଦ !

ପୋଡପିଠା ପୋଡିଯାଉ,
ପିଠା ନୁହେଁ ଟିକା ଖାଇକି ଏବର୍ଷ
ରଜଟା ପାଳନ ହେଉ !

ଆସିଅଛି ରଜ ଭାର,
ତା ସହ ମାଗଣା କରୋନା ବେମାରୀ
ନିଅ ଉପଭୋଗ କର !

ତାଆସ ଖେଳର ମଜା ,
ସଞ୍ଜକୁ କରୋନା ଗେଲ କରିବାରୁ
ହସ୍ପିଟାଲ ଗଲେ ଅଜା !

ଖର୍ଚ୍ଚ ହେବା ଭୀରୁତାରେ,
ଘରେ ମୁଁ କହିଛି ରଜ ପାଳ ହେଲେ
ସାମାଜିକ ଦୂରତାରେ !

ବନସ୍ତେ ଡାକିଲେ ଗଜ,
ସନ୍ଦେହ ମୋ ହୁଏ ଶିକାରୀ କିଏ ସେ
ଲାଖ ବିନ୍ଧିଅଛି  ଆଜ !

ହାପିରଜ ଜଣେଇଲି ,
ଫୋନ ପେ ରେ ପଠେଇବ ଧନ
ରଜ ମୁଁ ପାଳିବି ବୋଲି !

Leave A Reply

Your email address will not be published.