Latest Odisha News

BREAKING NEWS

ଦେଶରେ ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର

ନୂଆଦିଲ୍ଲୀ: ଟ୍ୱିଟର ପାଇଁ ବଢିଲା ଅଡୁଆ। ଆଇଟି ନିୟମ ମାନିବାରେ ବିଫଳ ହେତୁ ଦେଶରେ ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର।

ସୂଚନା ଅନୁଯାୟୀ ଆଇଟି ନିୟମ ପାଳନ ନ କରିଥିବା ଏକମାତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ହେଉଛି ଟ୍ୱିଟର। ଏହାର ଅର୍ଥ ଯଦି କୌଣସି ଲୋକ ଟ୍ୱିଟରରେ ଅପରାଧିକ, ଅନୈତିକ କିମ୍ବା ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ପୋଷ୍ଟ କରିବେ, ତା’ହେଲେ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କୁ ପୋଲିସ ଜେରା କରିପାରିବ।

ଦେଶର ପରିଚାଳନା ନିର୍ଦ୍ଦେଶକ ସମେତ ମାଇକ୍ରୋବ୍ଲଗିଂ ସାଇଟର ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଆଇପିସି ଅଧୀନରେ ପୋଲିସର ପଚରାଉଚରା କରିପାରିବ। ତେବେ ଟ୍ୱିଟରକୁ ଛାଡିଦେଲେ ଅନ୍ୟ ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଆଇନଗତ ସୁରକ୍ଷା ପାଇବେ।

Comments are closed.