Latest Odisha News

BREAKING NEWS

ସେକେଣ୍ଡ ଓ୍ୱେଭ ଭଳି ମାରାତ୍ମକ ହେବନି କରୋନାର ତୃତୀୟ ଲହର

ନୂଆଦିଲ୍ଲୀ: କରୋନାର ସେକେଣ୍ଡ ଓ୍ୱେଭ ଦେଶରେ ସୁନାମୀ ଆଣିଥିଲା । ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ରେକର୍ଡ ସ୍ତର ଛୁଇଁଥିଲା । ଦିନକରେ ୪ ଲକ୍ଷ ଲୋକ ସଂକ୍ରମିତ ହୋଇଥିଲେ । ଆଗକୁ ତୃତୀୟ ଲହର ନେଇ ବିଶେଷଜ୍ଞ ଆକଳନ କରି ସାରିଛନ୍ତି । ଏମିତି ବି ଡେଲଟା ପ୍ଲସ ଭାରିଆଣ୍ଟ ଦେଶରେ ନୂଆ ଟେନସନ୍ ହୋଇଛି । ଏଭଳି ସ୍ଥିତିରେ ଆଶ୍ୱସ୍ତିକର ଖବର ଦେଇଛି ଆଇସିଏମଆର୍ ।

ବିଶେଷଜ୍ଞ କହୁଛନ୍ତି, ଯଦି ତୃତୀୟ ଲହର ଆସିବ ସେଥିରେ ଡେଲଟା ପ୍ଲସ ଭାରିଆଣ୍ଟ ମୁଖ୍ୟ କାରକ ହୋଇପାରେ । କିନ୍ତୁ ଆଇସିଏମର ରିସର୍ଚ୍ଚ କହୁଛି, ଦ୍ୱିତୀୟ ଲହର ଭଳି ମାରାତ୍ମକ ହୋଇ ନପାରେ ତୃତୀୟ ଲହର । ସେତେଟା ଗମ୍ଭୀର ସ୍ଥିତି ସୃଷ୍ଟି ହୋଇ ନପାରେ । ଟିକାକରଣ ଥାର୍ଡ ଓ୍ୱେଭ ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । କେବଳ ତୃତୀୟ ଲହର ନୁହେଁ ଭବିଷ୍ୟତରେ ଆସିବାକୁ ଥିବା କରୋନା ଓ୍ୱେଭ ଦିଗରେ ସଫଳ ବି ହେବ । ଟିକା ନେଇଥିବା ଲୋକ ସଂକ୍ରମିତ ହୋଇପାରନ୍ତି । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀବ ହେବ ନାହିଁ ।

ଗତ ଏପ୍ରିଲ-ମେ ମାସରେ ଦେଶରେ କରୋନାର ସେକେଣ୍ଡ ଓ୍ୱେଭକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରତିଦିନ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ନୂଆ ରେକର୍ଡ କରୁଥିଲା । ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଦେଶବ୍ୟାପୀ ଅଧିକରୁ ଅଧିକ ଟିକାକରଣ ଅଭିଯାନ ଚାଲିଛି ।

Comments are closed.