Latest Odisha News

BREAKING NEWS

ବେଆଇନ ସାର ତିଆର ଯୋଗୁଁ ଚାଷ ଜମି ନଷ୍ଟ

ପାଟଣାଗଡ: ବେଆଇନ ସାର ତିଆର ଯୋଗୁଁ ଚାଷ ଜମି ନଷ୍ଟ ଅଭିଯୋଗ । ବେଆଇନ ଭାବେ ସାର ପ୍ରସ୍ତୁତ ଏବଂ ମଂଜି ବିଶୋଧନ ପାଇଁ କେମିକାଲ ବ୍ୟବହାର କରାଯାଉଛି । ପାଖରେ ଥିବା ଚାଷ ଜମି ଗୁଡିକ ନଷ୍ଟ ହେବା ସହ ଅଂଚଳ ଦୂଷିତ ହେଉଥିବା ନେଇ ପାଟଣାଗଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ପାଟଣାଗଡ ଥାନା ଅନ୍ତର୍ଗତ ଯୋଗିମୁଣ୍ଡା ଗ୍ରାମର ଜଣେ ବ୍ୟବସାୟୀ  ବେଆଇନ ଭାବେ ଚାର ମଂଜିକୁ ବିଭିନ୍ନ ପ୍ରକାର କେମିକାଲ ଦ୍ୱାରା ବିଶୋଧନ କରୁଥିବା ଏବଂ ଜୈବିକ ସାର ପ୍ରସ୍ତୁତ ନାଁ ରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ବ୍ୟବହାର କରୁଛନ୍ତି ।

ସେଥିରୁ ନିର୍ଗତ ପାଣି ପାଖ ଆଖ ଜମି ଉପରକୁ ମାଡି ଫସଲ ଏବଂ ମାଟି ପୋଡି ଯାଇଛି । ରାସ୍ତା କଡରେ ବଜାର ମଧ୍ୟରେ ଏହି କାର୍ଯ୍ୟ ହେଉଥିବାରୁ ସାଧାରଣ ଲୋକେ ମଧ୍ୟ ଅତ୍ୟନ୍ତ ଦୁର୍ଗନ୍ଧରେ ଅତିଷ୍ଠ ହୋଇପଡିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ପହଂଚି କଡା ତାଗିଦ୍ କରିଛନ୍ତି । ଘର ଭିତରେ ବେଆଇନ ଭାବେ ଗଚ୍ଛିତ ଥିବା ୧୦୦ କ୍ୱିଂଟାଲରୁ ଅଧିକ ଚାଁର ମଂଜି, ବିଭିନ୍ନ ପ୍ରକାର କେମିକାଲ ଜବତ କରିଛନ୍ତି । ।

Leave A Reply

Your email address will not be published.