Latest Odisha News

BREAKING NEWS

ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ଅଲିମ୍ପିକ୍ସ କ୍ୱାଲିଫିକେଶନ ଟାଇମ ଅତିକ୍ରମ କଲେ ସଜନ

ନୂଆଦିଲ୍ଲୀ: ଭାରତର ସନ୍ତରଣକାରୀ ସଜନ ପ୍ରକାଶ ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସ କ୍ୱାଲିଫିକେଶନ ଟାଇମ ଅତିକ୍ରମ କରିବା ଗୌରବ ଅର୍ଜନ କରିଛନ୍ତି । ରୋମରେ ଚାଲିଥିବା ସେଟେ କୋଲେ ଟ୍ରଫିର ପୁରୁଷ ୨୦୦ମିଟର ବଟରଫ୍ଲାଏ ବିଭାଗରେ ସେ ୫୬.୩୮ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ ।

ଟୋକିଓ ଅଲିମ୍ପିକ୍ସ ଏ ଷ୍ଟାଣ୍ଡାର୍ଡ ମାର୍କ ୫୬.୪୮ ସେକେଣ୍ଡ ରହିଛି । କେରଳର ଏହି ଉଦୀୟମାନ ସନ୍ତରଣକାରୀ ରିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।

Leave A Reply

Your email address will not be published.