Latest Odisha News

BREAKING NEWS

ଇତିହାସ ରଚିଲେ ଭାରତୀୟ କ୍ରିକେଟର ଲେଡି ସେହ୍ୱାଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଲେଡି ସେହ୍ୱାଗ ଭାବେ ପରିଚିତ ଶେଫାଳୀ ବର୍ମା ରବିବାର ପଦାର୍ପଣ ଦିନିକିଆ ମ୍ୟାଚ ଖେଳିବା ସହ ଇତିହାସ ରଚିଛନ୍ତି । ସେ ଭାରତ ପକ୍ଷରୁ କମ୍ ବୟସରେ( ୧୭ ବର୍ଷ ୧୫୦ ଦିନ) ଆନ୍ତର୍ଜାତୀୟ କ୍ରିକେଟର ୩ଟି ଯାକ ଫର୍ମାଟରେ ପଦାର୍ପଣ କରିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ଓଭରାଲ ବିଶ୍ୱର ୫ମ ଖେଳାଳି ଭାବେ ଶେଫାଳୀ ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।

ବାଂଲାଦେଶ କ୍ରିକେଟର ମୁଜିବ ଉର ରହେମାନ (୧୭ ବର୍ଷ ୭୮ ଦିନ) ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ଇଂଲଣ୍ଡର ସାରା ଟେଲର ( ୧୭ ବର୍ଷ ୮୬ ଦିନ), ଅଷ୍ଟ୍ରେଲିଆ ଏଲିସା ପେରୀ ( ୧୭ ବର୍ଷ ୧୦୪ ଦିନ) ଓ ପାକିସ୍ତାନର ମହମ୍ମଦ ଅମୀର (୧୭ ବର୍ଷ ୧୦୮ ଦିନ) । ଶେଫାଳୀ ମହିଳା ଟି୨୦ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ପୂର୍ବରୁ ପଦାର୍ପଣ ଟେଷ୍ଟରେ ୨ଟି ଯାକ ଇନିଂସରେ ଅର୍ଦ୍ଧଶତକ ହାସଲ କରି ସେ ମହିଳା କ୍ରିକେଟରେ ରେକର୍ଡ କରିଥିଲେ ।

Leave A Reply

Your email address will not be published.