Latest Odisha News

BREAKING NEWS

ଶ୍ରୀଲଙ୍କା କ୍ରିକେଟ ଦଳର ଡାଟା ଆନାଲିଷ୍ଟଙ୍କୁ କରୋନା, ଭାରତ ବିପକ୍ଷରେ ବି’ ଟିମ୍ ଖେଳିପାରେ !

କଲମ୍ବୋ: ବ୍ୟାଟିଂ କୋଚ ଗ୍ରାଂଟ ଫ୍ଲାୱାରଙ୍କ ପରେ ଶୁକ୍ରବାର ଶ୍ରୀଲଙ୍କା କ୍ରିକେଟ ଦଳର ଡାଟା ଆନାଲିଷ୍ଟ ଜିଟି ନିରୋଶାନଙ୍କ କରୋନା ପଜିଟିଭ ଥିବା ଜଣାପଡିଛି । ଫଳରେ ଭାରତ-ଶ୍ରୀଲଙ୍କା ସିରିଜ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଶ୍ରୀଲଙ୍କା ଟିମର ଅଧିକାଂଶ ଖେଳାଳି ଏମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କ ଟେଷ୍ଟ କରାଯାଇଛି ।

ଶ୍ରୀଲଙ୍କା-ଇଂଲଣ୍ଡ ସିରିଜ ଅବସରରେ ଇଂଲଣ୍ଡର ୭ଜଣ ସଂକ୍ରମିତ ହୋଇଥିଲେ । ଯଦି ଶ୍ରୀଲଙ୍କାର ଆଉ କୌଣସି ଖେଳାଳି ଆଗକୁ ସଂକ୍ରମିତ ଥିବା ଜଣା ପଡନ୍ତି ତାହାହେଲେ ଭାରତ ବିପକ୍ଷରେ ଘରୋଇ ଦଳ ବି’ଟିମ୍ ଖେଳାଇପାରେ । ସୂଚନାଯୋଗ୍ୟ, ଭାରତ ପ୍ରଥମ ଥର ୨ଟି ଟିମ୍ ଏକକାଳୀନ ୨ ଦେଶକୁ ଖେଳିବା ପାଇଁ ପଠାଇଛି ।

Leave A Reply

Your email address will not be published.