Latest Odisha News

BREAKING NEWS

ଗଛ ଦେହରେ ତିନି ଠାକୁର

ମୟୁରଭଞ୍ଜ : ଆସନ୍ତା କାଲି ଜଗତର ନାଥ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଘୋଷ ଯାତ୍ରା । ମହାମାରୀ କରୋନା ପାଇଁ କେବଳ ଶ୍ରୀକ୍ଷେତ୍ର ପୁରୀରେ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ କରାଯାଉଛି । ଏମିତିକି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଦୁଇ ବର୍ଷ ଧରି ରଥଯାତ୍ରା ବନ୍ଦ ରହିଛି। ଯାହା ଫଳରେ ଭକ୍ତ ଏବଂ ଭଗବାନଙ୍କର ଏହି ମହା ମିଳନର ଉତ୍ସବ ଆଜି ଫିକ୍କା ପଡିଛି । ଭକ୍ତ ଓ ଭଗବାନଙ୍କୁ ଏକ କରିବା ତଥା ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଏକ ନିଆରା ପ୍ରୟାସ  । ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଆଗଡ଼ା ଗ୍ରାମର ଯୁବ ଚିତ୍ରଶିଳ୍ପୀ ସମରେନ୍ଦ୍ର ବେହେରା ଏକ ନିଆରା ପ୍ରୟାସ ଆରମ୍ଭ ଆରମ୍ଭ କରିଛନ୍ତି । ଗାଁ ମୁଣ୍ଡରେ ଥିବା ଏକ ବରଗଛରେ ରଙ୍ଗ ତୁଳିରେ ରଥ ସହିତ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବି ସୁଭଦ୍ରାଙ୍କ ପ୍ରତିଛବି ଆଙ୍କିଛନ୍ତି ।  ଅଞ୍ଚଳ ବାସିଙ୍କୁ ରଥଯାତ୍ରାର ସେହି ପବିତ୍ର ଓ ସ୍ମରଣୀୟ ଉତ୍ସବକୁ ମନେ ପକାଇ ଦେଇଛନ୍ତି । ସମରେନ୍ଦ୍ରଙ୍କର ଏହି ଛୋଟିଆ ପ୍ରୟାସକୁ ଅଞ୍ଚଳବାସୀ ବେସ୍ ପସନ୍ଦ କରିଛନ୍ତି ।

Leave A Reply

Your email address will not be published.