Latest Odisha News

BREAKING NEWS

ରଥ ଯାତ୍ରାରେ କଡା ସୁରକ୍ଷା

ପୁରୀ: ମହାପ୍ରଭୁଙ୍କ ରଥ ଯାତ୍ରାକୁ କୋଭିଡ କଟକଣା ଭିତ୍ତିରେ କରିବା ପାଇଁ ପୋଲିସ ପକ୍ଷରୁ କଡା ବ୍ୟବସ୍ଥା ହୋଇଛି ପୁରୀରେ । ତେବେ ରଥ ଯାତ୍ରାରେ  ତଦାରଖ କରିଛନ୍ତି ନିଜେ ପୋଲିସ ଡିଜି । ପୁରୀ ସହରବାସୀ କଟକଣାକୁ ମାନି ପୋଲିସକୁ ସହଯୋଗ କରିଥିବା ହେତୁ ସେ ପୁରୀ ସହର ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସାରା ଓଡିଶାରେ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ଅୟୋଜନ ନେଇ ଅନୁମତି ନାହିଁ ।

ସାରା ଓଡିଶାବାସୀ ଏହାକୁ ମାନିଥିବା ହେତୁ ପୋଲିସ ଡିଜି ଅଭୟ ଓଡିଶା ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ ରଥଯାତ୍ରା ସରିବା ଯାଏ ପୋଲିସ ପକ୍ଷରୁ ସମସ୍ତ ଅଞ୍ଚଳରେ ସତର୍କ ନଜର ରଖାଯାଇ ଥିବା ପୋଲିସ ଡିଜି କହିଛନ୍ତି ।

Leave A Reply

Your email address will not be published.