Latest Odisha News

BREAKING NEWS

‘ଲଷ୍ଟ୍‌’ରେ ନଜର ଆସିବେ ୟାମି

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ ତାଙକ ଆଗାମୀ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି। ସେ ନିର୍ଦ୍ଦେଶକ ଅନିରୁଦ୍ଧ ରୟ ଚୌଧୁରୀଙ୍କ ସହ ତାଙ୍କର ପରବର୍ତ୍ତୀ ଫିଲ୍ମ କରିବାକୁ ଯାଉଛନ୍ତି। ଏ ନେଇ ୟାମି ଆଜି ସୋସିଆଲ ମିଡିଆରେ ଏହି ଖବର ପ୍ରଶଂସକଙ୍କ ସହ ସେୟାର୍‌ କରିଛନ୍ତି। ଫିଲ୍ମର ଟାଇଟଲ୍‌ ରହିଛି ‘ଲଷ୍ଟ’।

ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ୟାମି। ୟାମିଙ୍କ ଛଡା ଏଥିରେ ପଙ୍କଜ କପୁର, ରାହୁଲ ଖାନ୍ନା, ନୀଲ ଭୁପାଳମ୍‌, ପିୟା ବାଜପେୟୀ ଏବଂ ତୁଶାର ପାଣ୍ଡେଙ୍କ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେବେ। ଲଷ୍ଟ୍‌ ୨୦୨୨ରେ ରେ ରିଲିଜ୍ ହେବାର ଯୋଜନା ରହିଛି। ଲଷ୍ଟ୍‌ ଏକ କଷ୍ଟଦାୟକ ଏବଂ ରୋମାଞ୍ଚକର କାହାଣୀ ବୋଲି ବର୍ଣ୍ଣନା କରିଛନ୍ତି ୟାମି।

 

Comments are closed.