Latest Odisha News

BREAKING NEWS

ଭାରତ ସମ୍ମୁଖରେ ୨୭୩ ରନର ବିଜୟ ଲକ୍ଷ୍ୟ, ଶୃଙ୍ଖଳା ଜିତିବାକୁ ଦୁଇ ଦଳର ଟକ୍କର୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ୨୭୩ ରନର ବିଜୟ ଲକ୍ଷ୍ୟ ଛିଡ଼ାକରିଛି । ଅଷ୍ଟ୍ରେଲିଆ ସମୁଦାୟ ୫୦ ଓଭର୍ ଖେଳି ୯ ୱିକେଟ ବିନିମୟରେ ୨୭୨ ରନ କରିପାରିଛି ।

ଟସ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନେବା ପରେ ଓପନିଂ ଯୋଡ଼ି ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଉସମାନ ଖ୍ୱାଜା ୧୦୦ ରନ କରିବା ସହିତ ହ୍ୟାଣ୍ଡସକମ୍ବ ୫୨ ଏବଂ ରିଚାର୍ଡ଼ସନ ୨୯ ରନ କରିଥିଲେ ।

ଭାରତୀୟ ବୋଲର ମାପଚୁପ ବୋଲିଂ କରିବା ସହିତ ଫିଲ୍ଡିଂରେ ମଧ୍ୟ ଦଳ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ । କଙ୍ଗାରୁ ଦଳକୁ ଟକ୍କର ଦେଇ ବିରାଟ ବାହିନୀ ଏକ ବିଶାଳ ସ୍କୋର କରିବାକୁ ଅଟକାଇବାରେ ସମର୍ଥ ହୋଇପାରିଛି ।

ଭାରତୀୟ ବୋଲର୍ ଭୁବନେଶ୍ୱର କୁମାର ୩ଟି, ସାମି ଓ ଜାଡ଼େଜା ୨ଟି ଲେଖାଏଁ ତଥା କୁଲଦୀପ ଯାଦବ ଗୋଟିଏ ୱିକେଟ ହାସଲ କରିଥିଲେ ।

ଭାରତ ୫ ଓଭର୍ ଶେଷ ସୁଦ୍ଧା ଧାୱନଙ୍କ ୱିକେଟ ହରାଇ କରିଛି ୨୫ ରନ ।

Leave A Reply

Your email address will not be published.