Latest Odisha News

BREAKING NEWS

ଭାରତକୁ ୩୫ ରନରେ ପରାସ୍ତ କରି ସିରିଜ ହାତେଇଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ଆଜି ଥିଲା ଚୂଡ଼ାନ୍ତ ଦିନିକିଆ । ଏହି ଦିନିକିଆ ଶୃଙ୍ଖଳା ୨-୨ରେ ବରାବର ରହିଥିବା ବେଳେ ଆଜିର ଚୂଡ଼ାନ୍ତ ମ୍ୟାଚରେ କଙ୍ଗାରୁ ଦଳ ସବୁ ବିଭାଗରେ ଭଲ ପ୍ରଦର୍ଶନ କରି ଭାରତକୁ ୩୫ ରନରେ ପରାସ୍ତ କରିଛି । ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ୩-୨ରେ ସିରିଜ ଜିତି ଟ୍ରଫି ହାସଲ କରିଛି ।

ଭାରତ ସମ୍ମୁଖରେ ୨୭୩ ରନର ବିଜୟ ଲକ୍ଷ୍ୟ ଛିଡ଼ା କରିବା ପରେ ଉନ୍ନତ ବୋଲିଂ ପ୍ରଦର୍ଶନ କରି ଶକ୍ତିଶାଳୀ ଭାରତୀୟ ଦଳକୁ ଆରୋଞ୍ଚ ଫିଞ୍ଚଙ୍କ ଦଳ ୨୩୭ ରନରେ ଅଟକାଇ ଦେଇଛି । ଭାରତ ପକ୍ଷରୁ ରୋହିତ ଶର୍ମା ୫୬ ରନ, ଭୁବନେଶ୍ୱର କୁମାର ପ୍ରଶଂସନୀୟ ୪୬ ରନ ଏବଂ କେଦାର ଯାଦବ ଉପଯୋଗୀ ୪୪ ରନ କରିପାରିଥିଲେ । ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ସଫଳ ହୋଇନପାରିବା ଫଳରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି ।

କଙ୍ଗାରୁ ବୋଲର୍ ଜାମ୍ପା ୩ଟି ୱିକେଟ ଏବଂ କୁମିନ୍ସ, ରିଚାର୍ଡ଼ସନ ତଥା ଷ୍ଟୋଇନିସ ୨ଟି କରି ୱିକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.