Latest Odisha News

BREAKING NEWS

ରିପୋର୍ଟ ତୁଳନାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଗୁଣା ଅଧିକ

ନୂଆଦିଲ୍ଲୀ: ଆମେରିକାର ଏକ ଅନୁସନ୍ଧାନ ଗୋଷ୍ଠୀ ମଙ୍ଗଳବାର କହିଛନ୍ତି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ କରିଥିବା ପ୍ରକୃତ ଆକଳନ ତୁଳନାରେ ଭାରତର କରୋନାଭାଇରସ୍ ମୃତ୍ୟୁ ସଂଖ୍ୟା ୧୦ ଗୁଣ ଅଧିକ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତର ମୋଟ ମୃତ୍ୟୁ ସଂଖ୍ୟା ୪୧୪,୪୮୨ ରେ ପହଞ୍ଚିଛି। ଆମେରିକାର ମୃତ୍ୟୁହାର ୬୦୯,୦୦୦ ରହିଥିବା ବେଳେ ବ୍ରାଜିଲର ୫୪୨,୦୦୦ ରହିଛି। ଏହି ତାଲିକାରେ ବିଶ୍ବର ତୃତୀୟ ସର୍ବାଧିକ ଦେଶ ହେଉଛି ଭାରତ।

ଅଧ୍ୟୟନରୁ ଜଣାପଡିଛି ଯେ ମହାମାରୀ ଆରମ୍ଭରୁ ଚଳିତ ବର୍ଷ ଜୁନ୍ ପର୍ଯ୍ୟନ୍ତ ୩୪ ଲକ୍ଷରୁ ୪୬୭ ଲକ୍ଷ ଲୋକ ଏହି ଭୂତାଣୁ ଦ୍ବାରା ପ୍ରାଣ ହରାଇଛନ୍ତି।

କେନ୍ଦ୍ରର ରିପୋର୍ଟ ତୁଳନାରେ ଦେଶରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ଅଧିକ ରହିଥିବା କହିଛନ୍ତି ବିଶେଷଜ୍ଞ।

Comments are closed.