Latest Odisha News

BREAKING NEWS

ପ୍ରଥମ ପ୍ରେସ ମିଟରେ ଓସିଏ ଭିଜନକୁ ପ୍ରଶଂସା କଲେ କୋଚ ୱାସିମ ଜାଫର

ଭୁବନେଶ୍ୱର: ଓଡିଶା କ୍ରିକେଟ ଦଳର ମୁଖ୍ୟ କୋଚ ୱାସିମ ଜାଫର ଶୁକ୍ରବାର ତାଙ୍କ ପ୍ରଥମ ପ୍ରେସ ମିଟରେ ଓଡିଶା କ୍ରିକେଟ ଆସୋସିଏଶନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି । ଅପରାହ୍ନ ୨ଟା୨୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବା ପରେ ଓସିଏ ସଦସ୍ୟ ଧୀରେନ ପଲାଇ ଓ ସନ୍ତୋଷ ଦାସ ସ୍ୱାଗତ କରିଥିଲେ । ଏହା ପରେ ସେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ପ୍ରେସ କନଫେରେନ୍ସରେ ଯୋଗ ଦେଇଥିଲେ ।

ଓସିଏର ଭିଜନ ୨୦୨୪ ପ୍ରୋଜେକ୍ଟ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଥିଲେ । ସେକ୍ରେଟାରୀ ସଞ୍ଜୟ ବେହରାଙ୍କ ଉଦ୍ୟମକୁ ମଧ୍ୟ ଜାଫର ପ୍ରଶଂସା କରିଥିଲେ । ଓଡିଶା କ୍ରିକେଟର ଭବିଷ୍ୟତ ବହୁତ ଉଜ୍ଜ୍ୱଳ ଏବଂ ଖୁବ୍ ଶୀଘ୍ର ଏହା ଦେଶର ସବୁଠାରୁ ଭଲ ଆସୋସିଏଶନ ଭାବେ ପରିଗଣିତ ହେବ ବୋଲି କହିଥିଲେ ।

Leave A Reply

Your email address will not be published.