ଉଜୈନ: ଶ୍ରାବଣ ମାସ ପ୍ରଥମ ସୋମବାରରେ ମଧ୍ୟପ୍ରଦେଶର ଉଜୈନର ପ୍ରସିଦ୍ଧ ମହାକାଲେଶ୍ୱର ମନ୍ଦିରରେ ବିରାଟ ଅଘଟଣ ଘଟିଛି। କରୋନା କଟକଣାକୁ ବେଖାତିର୍ କରି ଲୋକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା। ଅତ୍ୟଧିକ ଭିଡ ଯୋଗୁ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ଅନେକ ମହିଳା ଓ ଶିଶୁଙ୍କ ସମେତ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି।
ସୂଚନାନୁସାରେ, ଭିଭିଆଇପିଙ୍କ ସହ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ସମେତ ଅନେକ ଲୋକ ମନ୍ଦିରକୁ ପଶିଯିବା ଫଳରେ ଭିଡ ବଢିଥିଲା। ଏହାପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।
ଏହି ଅଘଟଣର ଏକ ଭିଡିଓରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଅନେକ ଲୋକ ମନ୍ଦିରର ଫାଟକକୁ ଠେଲି ଭିତରକୁ ପ୍ରବେଶ କରୁଥିବାରୁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଭିଡିଓ ପଦାକୁ ଆସିବା ପରେ ଜିଲ୍ଲା ପ୍ରଶାସନ କହିଛି ଆସନ୍ତା ସୋମବାର ସ୍ଥିତି ସ୍ବାଭାବିକ ରହିବ। ଏଥିପାଇଁ ଉପଯୁକ୍ତ ବନ୍ଦୋବସ୍ତ ମଧ୍ୟ କରାଯିବ।
Comments are closed.