Latest Odisha News

BREAKING NEWS

ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଆଜି ହୋଇପାରେ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶାରେ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଅନଲକ୍ ଆରମ୍ଭ ହୋଇଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବ କି ନାହିଁ ? କେବେଠାରୁ ଖୋଲିବା ସେନେଇ ଆଜି ଆସିପାରେ ନିଷ୍ପତ୍ତି । ଏନେଇ ଆଜି ସବୁ ବିଶ୍ୱବିଦ୍ୟାଳୟ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କ ବୈଠକ ଡକାଯାଇଛି । ଭର୍ଚୁଆଲରେ ହେବାକୁ ଥିବା ଏହି ବୈଠକରେ ପିଲାଙ୍କ ପାଠପଢ଼ା ଓ ପରୀକ୍ଷା ସମ୍ପର୍କରେ ଆଲୋଚନା ହେବ ।

ୟୁଜି ଓ ପିଜିର ଗୋଟିଏ ଶିକ୍ଷାବର୍ଷ ଶେଷ ହୋଇଯାଇଥିଲେ ମଧ୍ୟ ପିଲାଙ୍କର ପ୍ରଥମ ସେମିଷ୍ଟର ପାଠପଢ଼ା ସରି ନାହିଁ । ପରୀକ୍ଷା ସମ୍ପର୍କରେ ବିଭାଗ କୌଣସି ସ୍ପଷ୍ଟ ସୂଚନା ଦେଉ ନ ଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକ ସଠିକ ପଦକ୍ଷେପ ନେଇପାରୁ ନାହାନ୍ତି । ସମସ୍ତେ ଅପେକ୍ଷା କରିଛନ୍ତି କେତେବେଳେ ନିର୍ଦେଶ ଆସିବ ।

ନିକଟରେ ୟୁଜିସି ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର ଓ ପରୀକ୍ଷା ସମ୍ପର୍କିତ ନିୟମାବଳୀ ପ୍ରକାଶ ପାଇଥି‌ଲା । ଆସନ୍ତା ୧୨ ମାସ ମଧ୍ୟରେ ପିଜି ଛାତ୍ରଛାତ୍ରୀଙ୍କ ୩ଟି ସେମିଷ୍ଟର ପରୀକ୍ଷା କିଭଳି ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ, ଆଇଟିଆଇ, ଡିପ୍ଲୋମା ଓ ଇଞ୍ଜିନିୟରିଂ କଲେଜଗୁଡ଼ିକ ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି ହୋଇ ନାହିଁ । ଆଜି ସେମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି ।

ଅଗଷ୍ଟ ୧୦ ଭିତରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । ଅଗଷ୍ଟ ଅନଲକ୍ ଗାଇଡଲାଇନରେ ସରକାର ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ଖୋଲିବାକୁ ଅନୁମତି ଦେଇଛନ୍ତି ।

Leave A Reply

Your email address will not be published.