Latest Odisha News

BREAKING NEWS

ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍, ଅଷ୍ଟ୍ରେଲିଆକୁ ହରାଇ ଅଲିମ୍ପିକ୍ସ ସେମିରେ ଟିମ୍ ଇଣ୍ଡିଆ

ଟୋକିଓ: ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ଦବଦବା । ପୁରୁଷଙ୍କ ପରେ କମାଲ କଲେ ମହିଳା । କ୍ୱାର୍ଟର ଫାଇନାଲରେ ତିନି ଥର ଚାମ୍ପିଅନ୍ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ସେମି ଫାଇନାଲରୁ ଯାଇଛି ଭାରତୀୟ ମହିଳା ହକି ଟିମ୍ । ପ୍ରଥମ ଥର ମହିଳା ଟିମ୍ ଅଲିମ୍ପିକ୍ସ ହକି ସେମିଫାଇନାଲକୁ ଉନ୍ନୀତ ହୋଇଛି ।

କ୍ୱାର୍ଟର ଫାଇନାଲରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ଅଷ୍ଟ୍ରେଲିଆ ବିଶ୍ୱ ରାଙ୍କିଂରେ ଦୁଇ ନମ୍ବର ସ୍ଥାନରେ ଥିବା ବେଳେ ଭାରତ ନବମ ସ୍ଥାନରେ ରହିଛି । ସେମି ଫାଇନାଲ୍ ଯିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଥିବା ଭାରତୀୟ ମହିଳା ଟିମ୍ ପ୍ରଥମରୁ ଆଟାକିଂ ଓ ରକ୍ଷଣାତ୍ମକ ଶୈଳିରେ ଖେଳିଥିଲା । ଡ୍ରାଗ୍ ଫ୍ଲିକର ଗୁରଜିତ୍ କୌର ମ୍ୟାଚ୍ ୨୨ ମିନିଟରେ ପେନାଲ୍ଟିକୁ କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ।

ତାପରେ ଉଭୟ ଟିମ୍ ଭିତରେ କାଣ୍ଟେ କା ଟକ୍କର ହୋଇଥିଲା । ଚାରିଟି କ୍ୱାର୍ଟରରେ କେହି କାହିରିକୁ ଆଉ ଗୋଲ୍ ଦେଇ ପାରି ନଥିଲେ । ୧-୦ରେ ଆଗୁଆ ରହି ମ୍ୟାଚ୍ ଜିତିବା ସହ ସେମି ଫାଇନା୍ଲ ଟିକେଟ ହାତେଇଛି ଭାରତୀୟ ମହିଳା ହକି ଟିମ୍ । ୧୯୮୦ ଅଲିମ୍ପିକ୍ସରେ ଭାରତୀୟ ମହିଳା ଟିମ୍ ଅଭିଯାନ ଆରମ୍ଭ କରିଥିଲା ।

ପ୍ରଥମ ଥର ସେମିଫାଇନାଲ୍ ଯାଇଥିବାରୁ ପଦକଠାରୁ ଆଉ ପାଦେ ଦୂରରେ ଅଛି ଟିମ୍ ଇଣ୍ଡିଆ । ବୁଧବାର ଭାରତ ସହ ଶକ୍ତିଶାଳୀ ଆର୍ଜେଣ୍ଟିନା ସହ ସେମି ଫାଇନାଲ ମୁକାବିଲା ହେବ । ଗତକାଲି ଭାରତୀୟ ପୁରୁଷ ହକି ଟିମ୍ ୪୯ ବର୍ଷ ପରେ ଅଲିମ୍ପିକ୍ସ ସେମିରେ ପ୍ରବେଶ କରି ଇତିହାସ ରହିଥିଲା । ଆଜି କମାଲ୍ କଲେ ମହିଳା ଟିମ୍ ।

Leave A Reply

Your email address will not be published.