Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ

ଆଜିର ରାଶିଫଳ ତା ୫-୮-୨୦୨୧ ଗୁରୁବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଅଗଷ୍ଟ ତା ୫ ରିଖ ଗୁରୁବାର କର୍କଟ ୨୧ ଦିନ ଶ୍ରାବଣ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର
ଘାତ ବାର-: ତୁଳା ଓ କୁମ୍ଭ ରାଶିର
ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ ବିଛା କୁମ୍ଭ ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ-: ପୋଇ

ମେଷ:
ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ ।ଶାରୀରିକ, ମାନସିକ ପାରିବାରିକ ଜୀବନ ସୁଖପ୍ରଦ ହେବ। ମହିଳାମାନେ ଧୈର୍ଯ୍ୟ ଆତ୍ମବିଶ୍ବାସ ରଖି କାର୍ଯ୍ୟ କଲେ ସୁଫଳ ନିଶ୍ଚୟ ପାଇବେ । ‌ ନୂତନ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ।

ପ୍ରତିକାର-କିଛି ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ।

ବୃଷ :
ଆଜି କମ ପରିଶ୍ରମରେ ପାରିଶ୍ରମିକ ଅଧିକ ମିଳିବ ‌ । କୋଟ-କଚେରୀର ବିଚାରଧୀନ ମାଲି
ମୋକଦମାରେ ଜୟଯୁକ୍ତ ହେବେ। ପରିବାରରେ ସୁଖ-ଶାନ୍ତି ପୂର୍ବ ପରି ଅତୁଟ ରହିବ। ଆକସ୍ମିକ ଧନଲାଭ ହେବ। ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି

ପ୍ରତିକାର-ଗୁଡ଼ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ :
ଆଜି ଅପେକ୍ଷା କରିଥିବା ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କ ସହ ସାକ୍ଷାତ ହେବା ଯାହାଫଳରେ ମନ ପ୍ରସନ୍ନ ରହିବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ବିଦ୍ୟାର୍ଥିମାନେ ପଢାପଢିରେ କୃତକାର୍ଯ୍ୟ ହେବେ।

ପ୍ରତିକାର- ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ।

କର୍କଟ :
ଆଜି ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ପିତା ମାତାଙ୍କ ସ୍ନେହ ଶ୍ରଦ୍ଧା ସହାନୁଭୂତି ମିଳିବ ‌। ଅପରାହ୍ନରେ କୋୖଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ‌। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ପ୍ରତିକାର- ଶିବଙ୍କ ପାଖରେ ଘୃତ ଦୀପଟିଏ ଜାଳନ୍ତୁ।

ସିଂହ :
ଆଜି ଉପରିସ୍ଥ ଅଧିକାରୀମାନଙ୍କ ସହିତ ସୁସମ୍ପର୍କ ରହିବ। ବାଣିଜ୍ୟ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ। କ୍ରୀଡାବିତ୍ କ୍ରୀଡା କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ମହିଳାମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ ‌।

ପ୍ରତିକାର- ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ।

କନ୍ୟା :
ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟ ଗତସମସ୍ଯାକୁ ନେଇ ଚିକିତ୍ସକଙ୍କ ପରାମର୍ଶ ନେବାକୁ ପଡ଼ିପାରେ। ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବା ପାଇଁ ସମର୍ଥ ହେବେ। ପିତା ମାତାଙ୍କ ଆଶ୍ରିର୍ବାଦ ଆପଣଙ୍କୁ ଅନେକାଂଶରେ ବିଜୟୀ କରାଇବା ।

ପ୍ରତିକାର- ଗଣେଶ ପାଖରେ କର୍ପୁର ଆଳତୀ କରି ଆଳତୀର କଳାକୁ ମୁଣ୍ଡରେ ମାରନ୍ତୁ।

ତୁଳା :
ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନର ସମ୍ମୁଖୀନ ହୋଇପାରନ୍ତି ‌। ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରାଇବ। ଅପରାହ୍ନରେ ଆପଣ କୌଣସି ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ।ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ଆକସ୍ମିକ ଖର୍ଚ୍ଚ ହୋଇପାରେ। ମହିଳାମାନେ ଚତୁରତାର ସହ କାର୍ଯ୍ୟ କରି ପ୍ରଶଂସନୀୟା ହେବେ।

ପ୍ରତିକାର- ମା ଲକ୍ଷ୍ମୀଙ୍କ ଦଶ ନାମକୁ ୧୦ଥର ଜପ କରନ୍ତୁ।

ବିଛା :
ଆଜି ପ୍ରତ୍ୟେକ କାର୍ଯ୍ୟକୁ ଆପଣ କରିବା ପାଇଁ ଯୋଗ୍ୟ ବିବେଚିତ ହେବେ। ଗୃହସ୍ଥ ଜୀବନ ସୁଖ ଏବଂ ଶାନ୍ତିପୂର୍ଣ୍ଣ ରହିବ। ଶାରୀରିକ ଅଭିବୃଦ୍ଧି ଘଟିବ, ସୁସ୍ବାଦୁ ଭୋଜନ ମିଳିବ। ବକେୟା ଅର୍ଥ ହସ୍ତଗତ ହେବ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ।

ପ୍ରତିକାର-ହନୁମାନଙ୍କ ସିନ୍ଦୂର ମଥାରେ ଲଗାନ୍ତୁ, ହନୁମାନ ଚାଳିଶା ପାଠ କରନ୍ତୁ।

ଧନୁ :
ଆଜି ଆପଣଙ୍କୁ ମାନସିକ ଶାନ୍ତି ମିଳିବ ‌। କର୍ମ କ୍ଷେତ୍ରରେ ନିଜର ଦକ୍ଷତା ଯୋଗ୍ୟତାକୁ ନେଇ ପ୍ରଶଂସିତ ହେବେ। ବିଦ୍ୟାର୍ଥିମାନେ ପଢାପଢିରେ କୃତକାର୍ଯ୍ୟ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ବ୍ୟବସାୟରେ ସଫଳତା ମିଳିବ।

ପ୍ରତିକାର-ହଳଦୀ ରଙ୍ଗର ରୁମାଲ ବ୍ୟବହାର କରନ୍ତୁ ।

ମକର :
ପାରିବାରିକ ଜୀବନରେ ସାମାନ୍ୟ କଥାକୁ ନେଇ ମତାନ୍ତର ଦେଖାଦେଇପାରେ ‌। ଯଗିରଖି ଭାବିଚିନ୍ତି କାର୍ଯ୍ୟ କରନ୍ତୁ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ହେବାର ଆଶଙ୍କା ଅଛି।ମଧ୍ୟାହ୍ନ ପରେ ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବ।

ପ୍ରତିକାର-ମା କାଳୀଙ୍କୁ ଦର୍ଶନ କରିବା ସହିତ ରାଶି ତେଲର ଦୀପଟିଏ ଜାଳନ୍ତୁ।

କୁମ୍ଭ:
ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।ଧନ ମାନ ସମ୍ମାନ ପ୍ରତିଷ୍ଠା ସୈାଭାଗ୍ୟ ଅର୍ଜନ କରିବେ। ମିତ୍ରମାନଙ୍କ ସହିତ ସାକ୍ଷାତ ହେବ ଯାହା ଦ୍ୱାରା ମନ ଆନନ୍ଦ ରହିବ। ଭାତୃ ସମ୍ପର୍କ ସୁଦୃଢ ହେବ ‌। ଶରିର ସୁସ୍ଥ ରହିବ।

ପ୍ରତିକାର- ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ। 

ମୀନ:
ଆଜି ଜଗିରଖି ଚଳନ୍ତୁ ଶାରୀରିକ ପୀଡ଼ା ମାନସିକ ଦୁଶ୍ଚିନ୍ତା କର୍ମକ୍ଷେତ୍ରରେ ଅସ୍ଥିରତା ଦେଖାଦେଇପାରେ । ଯେଉଁ ମାନଙ୍କୁ ସାହାଯ୍ୟ ସହଯୋଗ ସହାନୁଭୂତି ପ୍ରଦାନ କରିଥିଲେ ସେମାନେ ପରୋକ୍ଷରେ ବିରୋଧ କରିପାରନ୍ତି ‌। ଅପରାହ୍ନରେ ଆପଣ କୌଣସି ଶୁଭ ଖବର ଶୁଣିପାରନ୍ତି ଯାହା ଫଳରେ ଭାରାକ୍ରାନ୍ତ ମନ ପ୍ରସନ୍ନ ରହିବ ‌।

ପ୍ରତିକାର-ଦରିଦ୍ର, ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ଜ୍ୟୋତିଷ ବାଣୀ-
ଶତ୍ରୁପୀଡ଼ାରୁ ମୁକ୍ତି ପାଇବା ପାଇଁ ସରଳ ପ୍ରତିକାର।

ଷୋଳ ଶୁକ୍ରବାର ମା ବୈଭବ ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଲକ୍ଷ୍ମୀ ନାରାୟଣଙ୍କ ନାମରେ ହୋମ କରି ୧୦୮ଘୃତରେ ଆହୂତି ପ୍ରଦାନ କରନ୍ତୁ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.