Latest Odisha News

ଭୟଙ୍କର ଭୂସ୍ଖଳନ‌; ମାଟି ଅତଡା ତଳେ ଫସି ରହିଛନ୍ତି ୪୦ରୁ ଅଧିକ ‌ଲୋକ

କିନୌର: ବୁଧବାର ହିମାଚଳ ପ୍ରଦେଶର କିନୌରରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏହି ଭୟଙ୍କର ଭୂସ୍ଖଳନ‌ରେ ପ୍ରାୟ ୪୦ ଜଣ ଲୋକ ମାଟି ଅତଡା ତଳେ ଫସି ରହିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଯାତ୍ରୀବାହୀ ବସ୍‌ ସହ ଏକାଧିକ ଗାଡି ମାଟି ଅତଡା ତଳେ ଫସି ରହିଥିବା ଜଣାପଡ଼ିଛି।

ଡେପୁଟି କମିଶନର ସାଦିକ ହୁସେନ୍ ଏ ବାବଦରେ ସୂଚନା ଦେଇଛନ୍ତି। ବିଧାନସଭା ଅଧିବେଶନରେ ହିମାଚଳ ପ୍ରଦେଶର ସିଏମ ଜୟ ରାମ ଠାକୁର ମଧ୍ୟ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ଏକ ମାସ ତଳେ କିନୌର ଏହା ହେଉଛି ଦ୍ୱିତୀୟ ଭୂସ୍ଖଳନ।

ତେବେ ଏପର୍ଯ୍ୟନ୍ତ କେବଳ ଘଟଣା ସମ୍ପର୍କରେ ସୂଚନା ମିଳିଥିବା ସେ କହିଛନ୍ତି। ବସ୍ ବ୍ୟତୀତ ଅନ୍ୟ କେତେକ ଗାଡି ମଧ୍ୟ ପୋତି ଦିଆଯାଇଛି। ଘଟଣାସ୍ଥଳକୁ ଏନ୍‌ଡିଆର୍‌ଏଫ୍‌ ଦଳ ପଠାଯାଇଛି। ଏହା ବ୍ୟତୀତ ସ୍ଥାନୀୟ ପ୍ରଶାସନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Comments are closed.