Latest Odisha News

BREAKING NEWS

କବିତା : ରାତି

ରମେଶ ରଥ

BjdElectrycity

ରାତି ଆସେ                                                                          ରଙ୍ଗୀନ ସ୍ୱପ୍ନରେ ସଜାଇବା ପାଇଁ
ଭଙ୍ଗା ହୃଦୟକୁ ଯୋଡିବା ପାଇଁ
ତୃଷାର୍ତ୍ତ ହୃଦୟକୁ ଥଣ୍ଡା କରିବା ପାଇଁ
ଅବସନ୍ନ ଶରୀରକୁ ବିଶ୍ରାମ ଦେବା ପାଇଁ
ଅନେକ ପ୍ରତିଶୃତିକୁ ପୂର୍ଣ୍ଣ କରିବା ପାଇଁ ।।
ହେଲେ”
କାହା ପାଇଁ ରାତି ସାଜେ କାଳ ରାତ୍ରି
କାହା ପାଇଁ ବଞ୍ଚିବାର ଗତି
କାହା ପାଇଁ ଏକ ଅଭିସାରିକାର ସ୍ମୃତି
କାହା ପାଇଁ ସାଜେ ବିଡମ୍ବନା ମିଥ୍ୟା ପ୍ରତିଶୃତି
କାହିଁକିନା ସବୁରାତି ନୁହେଁ ପୂର୍ଣ୍ଣିମାର
କିଛି ରାତ୍ରି ଅମା ଅନ୍ଧକାରର ରାତ୍ରି।।

ତଥାପି
ରାତିର ବୁକୁରେ ଶୋଇବାକୁ ଭଲ ଲାଗେ
ଅନ୍ଧକାରରେ ହଜିବାକୁ ଭଲ ଲାଗେ
ତାର କାହାଣୀ ଭଲ ଲାଗେ
ଅଭିମାନ ଭାଙ୍ଗିବାକୁ ଭଲ ଲାଗେ

ରାତି ଏକ ମାୟାବିନୀ କୁହୁକିନୀ
ତାକୁ ଜାଣିବାକୁ ଭାରି କଷ୍ଟ ଲାଗେ।

କେହି କୁହନ୍ତି,,
ରାତି ଏକ ଅଙ୍କା ବଙ୍କା ରାସ୍ତା, ଯାହାର ଶେଷ ନାହିଁ
ଆଦି ନାହିଁ ଅନ୍ତ ନାହିଁ ଦେହାନ୍ତବି ନାହିଁ

ରାତି ଅନେକ ଇତିହାସର ମୁକ ସାକ୍ଷୀ
ଅନେକ ସମ୍ଭାବନାର ଫୁଲ ବଗିଚା
ଏକ ଅବୁଝା ପ୍ରେମିକା
ଏକ ଅମାନିଆ ଝରଣା
ରାତିର ତାତିକୁ ଯିଏ ମାପିଛି
ସେ ତାକୁ ଜାଣିଛି !

Leave A Reply

Your email address will not be published.