Latest Odisha News

BREAKING NEWS

ଗୋଆରୁ ୨୪ ବର୍ଷିୟା ରଷିଆନ୍‌ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

ପାଣାଜୀ: ଗୋଆରୁ ୨୪ ବର୍ଷିୟା ରଷିଆନ୍‌ ଅଭିନେତ୍ରୀ ଆଲେକ୍‌ଜାଣ୍ଡ୍ରା ଜାଭିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ସପ୍ତାହରେ ଉତ୍ତର ଗୋଆ ଜିଲ୍ଲାର ତାଙ୍କ ବାସଭବନରୁ ତାଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି। ଅଭିନେତ୍ରୀଙ୍କ ମୃତଦେହର ପୋଷ୍ଟମର୍ଟମ କରିବାକୁ ଗୋଆ ପୋଲିସ ଅପେକ୍ଷା କରିଛି ବୋଲି ସୋମବାର ଦିନ ଜଣେ ଅଧିକାରୀ କହିଛନ୍ତି।

“କାଞ୍ଚନା” “ସମେତ କିଛି ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଆଲେକ୍ସଜାଣ୍ଡ୍ରାଙ୍କ ମୃତଦେହ ଶୁକ୍ରବାର ଦିନ ଉତ୍ତର ଗୋଆର ସିଓଲିମ୍ ଗ୍ରାମରେ ଥିବା ତାଙ୍କ ଭଡା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଶବ ବ୍ୟବଚ୍ଛେଦ ପାଇଁ ରୁଷିଆ କନସୁଲେଟରୁ ନୋ ଅବଜେକ୍ଟ ସାର୍ଟିଫିକେଟ୍ (NOC) କୁ ଅପେକ୍ଷା କରିଥିବା ବେଳେ ମୃତଦେହକୁ ଏକ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି।

ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରି ତାଙ୍କ ପ୍ରେମିକଙ୍କ ବୟାନ ରେକର୍ଡ କରିଛି ବୋଲି ସେ କହିଛନ୍ତି।

Comments are closed.