Latest Odisha News

BREAKING NEWS

ଦୁନିଆକୁ ସୁସ୍ଥ ରଖିବାର ଏକମାତ୍ର ଉପାୟ ହେଉଛି ସଙ୍ଗୀତ

ନୂଆଦିଲ୍ଲୀ: ବଲିଉଡ୍‌ ସଙ୍ଗୀତ ଜଗତର ଚର୍ଚ୍ଚିତ ଗାୟକ କୈଳାଶ ଖେର୍‌। ତାଙ୍କ ଗୀତର ଭିନ୍ନ ଅନ୍ଦାଜ୍‌ ସଙ୍ଗୀତ ପ୍ରେମୀଙ୍କୁ ବିଭୋର କରିଥାଏ। ଆଉ ତାଠାରୁ ଅଧିକ ଆକର୍ଷଣୀୟ ହେଉଛି ତାଙ୍କ ଡ୍ରେସିଂ ଷ୍ଟାଇଲ୍‌। ଏକ କଳା ସାର୍ଟ, ପନିଟେଲ୍ ଏବଂ ଇୟରିଂ ତାଙ୍କୁ ଭାରି ମାନିଥାଏ।

ତାଙ୍କ ମତରେ ସଙ୍ଗୀତର ସଂଜ୍ଞା ହେଉଛି ବେଶ୍‌ ନିଆରା। ସେ କହନ୍ତି ଦୁନିଆକୁ ସୁସ୍ଥ କରିବାର ଏକମାତ୍ର ଉପାୟ ଡେଉଛି ସଙ୍ଗୀତ। ସଙ୍ଗୀତ ଅଧିକ କିଛି କହିନଥାଏ। ଏହାମ ମନର ବ୍ୟାଧିକୁ ଉପଶମ କରିଥାଏ। ଏହା ସମଗ୍ର ଦୁନିଆକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ବୋଲି କହନ୍ତି କୈଳାଶ ଖେର୍‌।

ଖେର ଏହି ଉପାୟରେ ମହାମାରୀର ମୁକାବିଲା କରିଥିଲେ। ସେ ଆହୁରି କହିଛନ୍ତି ଯେ ପ୍ରକୃତି ଆମକୁ ବିଭିନ୍ନ ରୂପରେ ଆଘାତ କରିବ। ମହାମାରୀ ସମୟରେ ଚାପରେ ଥିବା ଲୋକଙ୍କ ପାଇଁ ଆମେ ସଂଗୀତ ସୃଷ୍ଟି କରିଛୁ।

Comments are closed.