Latest Odisha News

BREAKING NEWS

ହଲିଉଡ୍‌ ଫିଲ୍ମ ନିର୍ମାଣ କରିବେ ଦୀପିକା!

ମୁମ୍ବାଇ: ପୁଣି ହଲିଉଡ୍‌ ଫେରିବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍। ସେ ତାଙ୍କ ଆଗାମୀ ରୋମାଣ୍ଟିକ୍ କମେଡିରେ ଅଭିନୟ ପାଇଁ ପ୍ରସ୍ତୁତ ହେଉଛନ୍ତି। ‌ଦୀପିକା ଏଥିରେ ଅଭିନୟ କରିବା ସହ ସହ ନିର୍ମାତା ମଧ୍ୟ ହୋଇଛନ୍ତି। ଏଥିପାଇଁ ସେ ଏସ୍‌ଟିଏକ୍ସ ଫିଲ୍ମସ୍‌ ଏବଂ ଟେମ୍ପଲ ହିଲ୍‌ ସହିତ ସହଯୋଗ କରିଛନ୍ତି।

BjdElectrycity

୨୦୧୭ ଦୀପିକାଙ୍କର ପ୍ରଥମ ହଲିଉଡ୍‌ ମୁଭି xXx ରିଲିଜ ହୋଇଥିଲା। ଏହାପରେ ଦୀପିକାଙ୍କର ଏହା ଦ୍ବିତୀୟ ହଲିଉଡ୍‌ ଫିଲ୍ମ ହେବ। ସେ ହଲିଉଡ୍‌ର କ୍ରସ୍‌ କଲ୍‌ଚରାଲ୍‌ ରୋମାଣ୍ଟିକ୍‌ କମେଡି ମୁଭିରେ ନଜର ଆସିବେ। ଯାହା ଏରୋସ୍ ଏସ୍‌ଟିଏକ୍ସ ଗ୍ଲୋବାଲ୍ କର୍ପୋରେସନ୍ସର ଏକ ବିଭାଗ ଏସ୍‌ଟିଏକ୍ସ ଫିଲ୍ମସ୍‌ ଦ୍ୱାରା ବିକଶିତ ହେଉଛି।

ସୋମବାର ଏସ୍‌ଟିଏକ୍ସ ଫିଲ୍ମସ୍‌ ଅଧ୍ୟକ୍ଷ ଆଡାମ ଫୋଗେଲସନ ଏହି ଘୋଷଣା କରିଛନ୍ତି। ଦୀପିକାଙ୍କୁ କେନ୍ଦ୍ର କରି ଚଳଚ୍ଚିତ୍ରର ବିକାଶ ପାଇଁ ଏହି ଷ୍ଟୁଡିଓ ଟେମ୍ପଲ୍ ହିଲ୍ ପ୍ରଡକ୍ସନ୍ସ ୱିକ୍ ଗଡଫ୍ରେ ଏବଂ ମାର୍ଟି ବୋଡେନ ସହିତ ମଧ୍ୟ ଆଲୋଚନା କରୁଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.