Latest Odisha News

BREAKING NEWS

ଏଠି ମା’ଙ୍କ ପାଖେ ଭୋଗ ଲାଗେ ନୁଡୁଲ୍‌ସ ଆଉ ମୋମୋ

ନୂଆଦିଲ୍ଲୀ: ବିଭିଧତାର ଦେଶ ଭାରତ। ସଂସ୍କୃତି ଏବଂ ଧର୍ମର ବିବିଧତା ପାଇଁ ଭାରତ ସାରା ବଶ୍ବରେ ପ୍ରସିଦ୍ଧ। ନିଜ ଧର୍ମ ଓ ପରମ୍ପରାକୁ ବଜାୟ ରଖିବାରେ ସର୍ବାଗ୍ରେ ରହିଛି ଭାରତ। ହିନ୍ଦୁମାନଙ୍କ ପାଇଁ ସବୁଠୁ ବଡ଼ ଅସ୍ତ୍ର ହେଉଛନ୍ତି ଈଶ୍ବର। ଭାରତରେ ଯେତିକି ଦେବାଦେବୀଙ୍କ ମନ୍ଦିର ରହିଛି ତାହା ଅନ୍ୟ କେଉଁ ଦେଶରେ ନାହିଁ।

ପ୍ରତ୍ୟେକ ମନ୍ଦିରରେ ବିଭିନ୍ନ ପ୍ରକାରର ଫଳମୂଳ ସାଙ୍ଗକୁ ମିଠା, ପିଠା ଆଦି ଭୋଗ ଲାଗିଥାଏ। ହଁ କେଉଁ କେଉଁ ସ୍ଥାନରେ ଆମିଷ ବି ଭୋଗ ଲାଗି ହୁଏ ବୋଲି କୁହାଯାଏ। ତେବେ ମନ୍ଦିରରେ ବିଦେଶୀ ଚାଇନିଜ୍ ଖାଦ୍ୟକୁ ପ୍ରସାଦ ଭାବେ ଚଢାଯାଉଥିବାର ଆପଣ କେବେ ଶୁଣିଛନ୍ତି କି?

ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗର କୋଲକାତାର ଏକ ମନ୍ଦିର ‘ଚାଇନିଜ୍‌ କାଳୀ ମନ୍ଦିର’ରେ ଚାଇନିଜ୍‌ ନୁଡୁଲ୍‌ସ ଏବଂ ମେ‌ାମୋ ଆଦି ଖାଦ୍ୟ ପ୍ରସାଦ ଭାବେ ପରିବେଷଣ କରାଯାଏ। ଏହି ମନ୍ଦିର କୋଲକାତାର ମ୍ୟାଥେସ୍ବରତାଲା ରୋଡରେ ଅବସ୍ଥିତ। ଏହାକୁ ଚାଇନା ଟାଉନ୍‌ ବୋଲି ମଧ୍ୟ କୁହାଯାଏ। ଏହି କାଳୀ ମନ୍ଦିର ଏହାର ଅନନ୍ୟ ପ୍ରସାଦ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।

Comments are closed.