Latest Odisha News

BREAKING NEWS

ରାଜ୍ୟରେ ୫୦୦ ତଳକୁ ଖସୁନି କରୋନାର ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା କମୁଛି । କିନ୍ତୁ ଦୈନିକ ସଂକ୍ରମଣ ୫ଶହ ତଳକୁ ଖସୁନି । ଏବେ ବି ସଂକ୍ରମିତଙ୍କ ସଂଖ୍ୟା ୮ଶହ ଭିତରେ ରହୁଛି । ୨୪ ଘଣ୍ଟାରେ ରାଜ୍ୟର ଚିହ୍ନଟ ହୋଇଛନ୍ତି ଆଉ ୬୩୮ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୭୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୬୬ଟି । ନୂଆ ସଂକ୍ରମିତଙ୍କ ଭିତରେ ୯୩ ଜଣ ୦-୧୮ ବର୍ଷ ଭିତରେ ଅଛନ୍ତି । ଆଜି ୨୮ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକରୁ ୬୬, ବାଲେଶ୍ୱରରୁ ୩୩ ଓ ଯାଜପୁରରୁ ଚିହ୍ନଟ ହୋଇଛନ୍ତି ଆଉ ୩୨ ଆକ୍ରାନ୍ତ । ବାକି ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩୦ ଭିତରେ ରହିଛି । କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି ।

୨୪ ଘଣ୍ଟାରେ ରାଜ୍ୟରେ ୫୭ହଜାର ୩୦୩ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୧୧ ପ୍ରତିଶତ । ଆଉ ୭ ଜଣଙ୍କୁ ମିଶାଇ ରାଜ୍ୟରୁ କରୋନା ନେଲାଣି ୮ହଜାର ୬୨ ଜୀବନ ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୧୨ହଜାର ୮୦୫କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୯ଲକ୍ଷ ୯୭ହଜାର ୭୯୦ । ଏବେ ରାଜ୍ୟରେ ୬ହଜାର ୯ଶହ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.