Latest Odisha News

BREAKING NEWS

ଦୁଇ ମାଓବାଦୀ ଗିରଫ, ଅଡିଓ ଟେପ୍ ଜାରି କେଲେ ମାଓନେତା

ଜୟପୁର : ଦୁଇ ମାଓବାଦୀ ଗିରଫ । ଏନେଇ ଅଡିଓ ଟେପ୍ ଜାରି କଲେ ମାଓବାଦୀ ନେତା । ତାଙ୍କର ଦୁଇ ସାଥୀଙ୍କୁ ପୋଲିସ ଗିରଫ କରିବା ନେଇ ଅଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି ମାଓନେତା ଗଣେଶ । ଗିରଫ ମାଓବାଦୀ ଦୁଇଜଣ ଆନ୍ଧ୍ର ଓଡ଼ିଶା ବଡର ଜେନେରାଲ କମିଟି ସଦସ୍ୟ ଅରୁଣ ଏବଂ କୁଡୁମୁଲୁଗୁମ୍ମା ଏରିଆ କମିଟି ମେମ୍ବର କିରଣ୍ ବୋଲି ଗଣେଷ ସୂଚନା ଦେଇଛନ୍ତି ।

ତୁରନ୍ତ ଏହି ଦୁଇ ମାଓବାଦୀଙ୍କୁ କୋର୍ଟରେ ହାଜର କରିବା ପାଇଁ ସେ ଦାବି କରିଛନ୍ତି । ଏହି ଦୁଇ ଗୁରୁତର ମାଓବାଦୀଙ୍କୁ କୋରାପୁଟ କିମ୍ବା ମାଲକାନଗିରି ପୋଲିସ ଗିରଫ କରିଥିବା ନେଇ ସେ ପ୍ରକାଶ କରିଛନ୍ତି । ମାଲକାନଗିରି ସୀମାନ୍ତ ତଥା କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କାଠପଡ଼ା ପଞ୍ଚାୟତରେ ବଡବେତ ଗାଁ ର ଦୁଇଜଣ ପାର୍ଟି ମେମ୍ବରଙ୍କୁ ପୋଲିସ ଗିରଫ କରିଛି । ଏନେଇ ପୋଲିସ ପାଖରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Leave A Reply

Your email address will not be published.