ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ ମାଆ ହେବାକୁ ଯାଉଛନ୍ତି । ଗତବର୍ଷ ଅକ୍ଟୋବରରେ ସେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଥିଲେ । ଉଭୟଙ୍କ କେମେଷ୍ଟ୍ରି ସୋସିଆଲ ସାଇଟରେ ମଧ୍ୟ ଆଦୃତ ହେଉଛି । ତେବେ କାଜଲ-ଗୌତମ କିମ୍ବା ସେମାନଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ଏହି ଖବରର ସତ୍ୟତା ମଧ୍ୟ ସମ୍ପୂର୍ଣ୍ଣ ପୃଷ୍ଟି ହୋଇପାରି ନାହିଁ । କାଜଲ ନିକଟରେ କେତେଗୁଡିଏ ପ୍ରୋଜେକ୍ଟ କରିବାକୁ ମନା କରି ଦେଇଥିଲେ ।
ସାଇନ କରିଥିବା ଆଚାର୍ଯ୍ୟ ଏବଂ ଘୋଷ୍ଟ ଫିଲ୍ମମେକର୍ସଙ୍କୁ ଶୁଟିଂରେ ବିଳମ୍ବ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି କାରଣରୁ ସେ ମାଆ ହେବାକୁ ଯାଉଛନ୍ତି ବୋଲି ଖବର ସୋସିଆଲ ସାଇଟରେ ଝଡ ପରି ବ୍ୟାପିବାକୁ ଲାଗିଥିଲା ।
Comments are closed.