Latest Odisha News

BREAKING NEWS

ଗୀତିକାର ମନୋଜଙ୍କ ଉପରେ ଲାଗିଲା ଗୀତ ଚୋରିର ଅଭିଯୋଗ

ନୂଆଦିଲ୍ଲୀ: ଗୀତିକାର ମନୋଜ ମୁନ୍ତାଶୀର ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ତାଙ୍କର ଗୋଟିଏ କବିତା ପାଇଁ ତାଙ୍କୁ ଟ୍ରୋଲ ସୋସିଆଲ ମିଡିଆରେ କରାଯାଉଛି। ତାଙ୍କ ବିରୋଧରେ ଇଂରାଜୀ କବିତା ନକଲ କରିଥିବା ଅଭିଯୋଗ ହୋଇଛି।

‌ରିପୋର୍ଟ ଅନୁଯାୟୀ ସେ ରବର୍ଟ ଜେ ଲେଭେରୀଙ୍କ କବିତା ‘କଲ୍ ମି’କୁ ଚୋରି କରି ତାର ହିନ୍ଦୀ ଅନୁବାଦ କରି ନିଜ ନାମରେ ଛପାଇଛନ୍ତି। ସୋସିଆଲ କିଛି ଲୋକ କେସରୀ ଫିଲ୍ମରେ ତାଙ୍କ ଗୀତ ‘ତେରୀ ମିଟି’କୁ ନେଇ ମଧ୍ୟ ପ୍ରଶ୍ନ କରୁଛନ୍ତି। ବର୍ତ୍ତମାନ ମନୋଜ ଏହାର ଜବାବରେ କହିଛନ୍ତି ଯେ ଲୋକମାନେ ତାଙ୍କ ସହ ଏପରି କରୁଛନ୍ତି କାରଣ ସେ ମୋଗଲମାନଙ୍କ ବିରୋଧରେ ଏକ ଭିଡିଓ କରିଥିଲେ।

କିଛି ଲୋକମାନେ ତାଙ୍କର ଅନ୍ୟାନ୍ୟ କାର୍ଯ୍ୟ ଉପରେ ମଧ୍ୟ ସନ୍ଦେହ କରିଛନ୍ତି। ତାଙ୍କ କେସରୀ ଚଳଚ୍ଚିତ୍ରର ଲୋକପ୍ରିୟ ଗୀତ ‘ତେରୀ ମିଟି’କୁ ନେଇ କୁହାଯାଉଛି ଯେ ଏହା ମଧ୍ୟ ପାକିସ୍ତାନର ଏକ ଦେଶପ୍ରେମୀ ଗୀତ ଯାହା ୨୦୦୫ ରେ ଆସିଥିଲା।

ତେବେ ଇଟାଇମ୍ସ ସହିତ ଏକ ବାର୍ତ୍ତାଳାପରେ ମନୋଜ କହିଛନ୍ତି ଯେ ଯେଉଁମାନେ ଏହି ଅଭିଯୋଗ କରୁଛନ୍ତି, ସେମାନେ ପ୍ରଥମେ ଭିଡିଓ ଦେଖନ୍ତୁ। କେସରୀ ରିଲିଜ୍ ହେବାର କିଛି ମାସ ପରେ ଏହି ଭିଡିଓ ଅପଲୋଡ୍ ହୋଇଥିଲା।

Comments are closed.