Latest Odisha News

BREAKING NEWS

ବାଇକ୍ ଧକ୍କାରେ ଗଳିପଡିଲା ବନ୍ଧୁକ ଓ ଗୁଳି, ଚମ୍ପଟ୍ ମାରିଲେ ୨ ଅଭିଯୁକ୍ତ

ଭଦ୍ରକ: ନିଶା କାରବାର ପରେ ଏବେ ବେଆଇନ ବନ୍ଧୁକ ଜବତ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଭଦ୍ରକ ଜିଲ୍ଲା । ଆଜି ଏକ ବାଇକ ଧକ୍କା ଭଳି ସାଧାରଣ ମାମଲା ଭଦ୍ରକ ଗ୍ରାମାଂଚଳ ପୋଲିସକୁ ଚିନ୍ତାରେ ପକାଇଛି । ତେବେ ବାଇକ୍ ଧକ୍କା ପରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଥିଲା ତାହା ଅନେକଙ୍କୁ ଚକିତ କରିଛି ।

ସବିଶେଷ ତଥ୍ୟ ଅନୁଯାୟୀ ଦୁଇଜଣ ଯୁବକ ଦ୍ରୁତଗତିରେ ବରପଦାରୁ ଭଦ୍ରକ ଟାଉନ୍ ଅଭିମୁଖେ ଆସୁଥିଲେ । ସେହି ସମୟରେ ରାନ୍ଦିଆ ଅଂଚଳରେ ଏକ ଗୋରୁକୁ ଧକ୍କା ଦେବା ଫଳରେ ସେମାନେ ତଳେ ପଡିଯାଇଥିଲେ । ତେବେ ବାଇକ୍ ଧକ୍କାରେ ଦୁଇ ଅଭିଯୁକ୍ତଙ୍କ ହାତରୁ ୬ ରାଉଣ୍ଡ ଜୀବନ୍ତ ଗୁଳି ଓ ଏକ ବନ୍ଧୁକ ଖସିପଡିଥିଲା । ସ୍ଥାନୀୟ ଲୋକଙ୍କୁ ଦେଖି ଦୁଇଜଣ ଯୁବକ ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଛାଡି ଚମ୍ପଟ୍ ମାରିଥିଲେ ।

ରାସ୍ତା ଉପରେ ବନ୍ଧୁକ ଓ ଗୁଳି ଦେଖି ଭୟଭୀତ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ବନ୍ଧୁକ ସମେତ ଜୀବନ୍ତ ଗୁଳିକୁ ଜବତ କରିଥିଲା । ଗ୍ରାମାଂଚଳ ଥାନାଧିକାରୀ ଆଲୋକ ଜେନା ମାମଲାର ତଦନ୍ତ ଚଳାଇଥିଲାବେଳେ ଆଖପାଖରେ ଥିବା ସମସ୍ତ ସିସିଟିଭି ଫୁଟେଜ୍ ଯାଂଚ ଚାଲିଛି ।

Leave A Reply

Your email address will not be published.