Latest Odisha News

BREAKING NEWS

ବସ୍ତା ଆସନରୁ ବିଜେପି ଟିକଟରେ ଲଢିବେ ପୂର୍ବତନ ବିଜେଡ଼ି ନେତା ରଘୁନାଥ ମହାନ୍ତି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ପକ୍ଷରୁ ବୁଧବାର ରାତିରେ ୫ମ ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି । ଏହି ତାଲିକାନୁଯାୟୀ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବିଧାନସଭା ଆସନରୁ ପୂର୍ବତନ ବିଜେଡ଼ି ନେତା ତଥା ମନ୍ତ୍ରୀ ରଘୁନାଥ ମହାନ୍ତି ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ।

ଶ୍ରୀ ମହାନ୍ତିଙ୍କ ବ୍ୟତୀତ ଦଳ ଆହୁରି ୩ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି । ଚମ୍ପୁଆରୁ ମୂରଲୀ ଶର୍ମା, ଭୋଗରାଇରୁ ମାନସ ମହାନ୍ତି, ନିଆଳିରୁ ଛବି ମଲ୍ଲିକ ନିର୍ବାଚନ ଲଢିବେ ।

ଏଥିସହିତ ଓଡ଼ିଶାର ସମୁଦାୟ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୪୫ଟି ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିସାରିଲାଣି । ତେବେ କେନ୍ଦ୍ରାପଡ଼ା ଏବଂ କାକଟପୁର ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା ହେବା ବାକି ରହିଛି ।

Leave A Reply

Your email address will not be published.