ମୁମ୍ବାଇ : ବଲିଉଡ୍ ଦବଙ୍ଗ ସଲମାନ୍ ଖାନ୍ ସବୁବେଳେ କିଛି ନା କିଛି କରି ବେଶ୍ ଚର୍ଚ୍ଚାରେ ଥାନ୍ତି। ସଲମାନ୍ ନିଜ ପରିବାର ସହ ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି । ଏତେ ସମ୍ପତି ଥାଇ ମଧ୍ୟ ଏବେ ଭଡା ଘରେ ରହୁଛନ୍ତି ସଲମାନ୍। ଭିଓର୍ସମାନେ ଭାବୁଛନ୍ତି ସଲମାନ୍ ଘର ଭଡା କାହିଁକି ନେଉଛନ୍ତି।
ହେଲେ ସତ କଥା କହିବାକୁ ଗଲେ ରହିବା ପାଇଁ ନୁହେଁ ବରଂ ସୁଟିଂ ପାଇଁ ଭଡା ଘର ନେଇଛନ୍ତି ଭାଇଜାନ୍ ସଲମାନ।ଏହି ଘର ପାଇଁ ଚୁକ୍ତି ୧୧ ମାସ ପାଇଁ ହୋଇଛି। ସମସ୍ତ ପ୍ରକାର ସୁବିଧା ଏହି ଡୁପ୍ଲେକ୍ସରେ ରହିଛି । ୨,୨୬୫ ବର୍ଗଫୁଟର କାର୍ପେଟ ଏରିଆ ରହିଛି ଏହି ବିଲ୍ଡିରେ। ଏହି ଡୁପ୍ଲେକ୍ସ ଟି ସଲମାନ ମାକବା ହାଇୱେ ବାନ୍ଦ୍ରାରେ ବୁକ୍ କରିଛନ୍ତି।ଏଥିପାଇଁ ସଲମାନ୍ ପ୍ରତିମାସରେ ୮.୨୫ ଲକ୍ଷଟଙ୍କା ଘର ଭଡା ଦେବେବୋଲି ଜଣାପଡ଼ିଛି।
ଅନ୍ୟପଟେ ଆସନ୍ତା ନଭେମ୍ବର ୨୬ରେ ସଲମାନଙ୍କ ଫିଲ୍ମ ”ଅନ୍ତିମ ଦ ଫାଇନାଲ ଟ୍ରୁଥ୍” ରିଲିଜ ହେବାକୁ ଯାଉଛିା ଏହାର ନିର୍ଦ୍ଦେଶନା ମହେଶ ମେଞ୍ଚେଶକର ଦେଇଛନ୍ତି।ଏହି ଫିଲ୍ମରେ ସଲମାନଙ୍କୁ ଜଣେ ପୋଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବ ।
Comments are closed.