Latest Odisha News

BREAKING NEWS

ଟି୨୦ ବିଶ୍ୱକପ : ଇତିହାସ ରଚିଲେ ଆୟର୍ଲାଣ୍ଡ ବୋଲର କ୍ୟାମ୍ଫର

ଦୁବାଇ: ଟି୨୦ ବିଶ୍ୱକପରେ ଆଜି ଆୟର୍ଲାଣ୍ଡର ପେସ ବୋଲର କାର୍ଟିସ କ୍ୟାମ୍ଫର ୪ଟି ବଲରେ୪ଟି ଉଇକେଟ ନେଇ ଇତିହାସ ରଚିଛନ୍ତି । ଟି୨୦ରେ ଏହି ଉପଲବ୍ଧି ହାସଲ କରିବାରେ ସେ ତୃତୀୟ ଏବଂ ବିଶ୍ୱକପରେ ପ୍ରଥମ ଖେଳାଳି ପାଲଟିଛନ୍ତି । ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏବଂ ଆଫଗାନିସ୍ତାନ ସ୍ପିନର ରଶିଦ ଖାଁ ୨୦୧୯ରେ ଆୟର୍ଲାଣ୍ଡ ବିରୁଦ୍ଧରେ ୪ ବଲରେ ୪ ଉଇକେଟ ନେଇଥିଲେ । ସେହିପରି ବ୍ରେଟ ଲୀଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ସେ ବିଶ୍ୱକପରେ ହ୍ୟାଟ୍ରିକ ଉଇକେଟ ଅର୍ଜନ କରିଛନ୍ତି ।

ନେଦରଲାଣ୍ଡ ବିପକ୍ଷ ମ୍ୟାଚର ୧୦ମ ଓଭରରେ ଏକରମନ, ରୟାନ ଟେ ଡୋଶ୍ଚେଟ, ସ୍କଟ ଏଡୱାର୍ଡ୍ସ ଓ ରାୟଲଫ ଭେନ ଡର ମରୱେଙ୍କୁ କ୍ରମାଗତ ୪ଟି ବଲରେ ଆଉଟ କରିଥିଲେ । ନେଦରଲାଣ୍ଡ ୧୦୬ ରନରେ ଅଲଆଉଟ ହୋଇ ଯାଇଥିବା ଏବଂ ଆୟର୍ଲାଣ୍ଡକୁ ଏହି ମ୍ୟାଚକୁ ସହଜରେ ଜିତି ନେଇଥିଲା ।

Leave A Reply

Your email address will not be published.