ଭୁବନେଶ୍ୱର: ଓଡିଶାର ଷ୍ଟାର ପାରା ଅଲିମ୍ପିଆନ ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କ ସମେତ ୧୧ ଜଣ ଆଥଲେଟଙ୍କୁ ଏଥର କେନ୍ଦ୍ର ସରକାର ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପ୍ରଦାନ କରିବେ । ଜାତୀୟ କ୍ରୀଡା ପୁରସ୍କାର କମିଟି ବୁଧବାର ଏ ନେଇ ବିଧିବଦ୍ଧ ଭାବେ ସୁପାରିଶ କରିଛି । ବରଗଡ ଅତାବିରାର ପ୍ରମୋଦ ଗ୍ରେଟ ବ୍ରିଟେନର ଡାନିଏଲ ବାଥେଲଙ୍କୁ ହରାଇ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଂଟନର ଏସଏଲ୩ ବିଭାଗରେ ଏହି ସଫଳତା ହାସଲ କରିଥିଲେ । ସେହିପରି ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା, ରବି ଦାହିୟା ଏବଂ ପିଆର ଶ୍ରୀଜେଶଙ୍କ ସମେତ ମିଥାଲୀ ରାଜ ଓ ସୁନୀଲ ଛେତ୍ରୀଙ୍କ ନାମ ଏହି ପୁରସ୍କାର ପାଇଁ ସୁପାରିଶ କରାଯାଇଛି । ସେହିପରିଚ୍ରିକେଟର ଶିଖର ଧାୱନଙ୍କ ସମେତ ୩୫ ଆଥଲେଟଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ଚୟନ କରାଯାଇଛି ।
ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ ଖେଳାଳି: ନୀରଜ ଚୋପ୍ରା (ଆଥଲେଟିକ୍ସ), ରବି ଦାହିୟା (ରେସଲିଂ), ପିଆର ଶ୍ରୀଜେଶ (ହକି), ଲଭଲିନା ବୋରୋଗୋହେନ (ବକ୍ସିଂ), ସୁନୀଲ ଛେତ୍ରୀ (ଫୁଟବଲ), ମିଥାଲୀ ରାଜ (କ୍ରିକେଟ), ପ୍ରମୋଦ ଭଗବତ (ବ୍ୟାଡମିଂଟନ), ସୁମିତ ଅଂଟିଲ (ଜାଭେଲିନ), ଅବନୀ ଲେଖରା (ଶୁଟିଂ), କ୍ରିଷ୍ଣା ନଗର (ବ୍ୟାଡମିଂଟନ) ଓ ଏମ ନରୱାଲ (ଶୁଟିଂ) ।
BREAKING NEWS
- ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଫରେଷ୍ଟର ଗିରଫ
- ଭୁବନେଶ୍ୱର ବିମାନବନ୍ଦରରୁ ସାପ ଓ କଇଁଛ ଜବତ, ଜଣେ ଗିରଫ
- ଲଭ୍, ସେକ୍ସ ଏବଂ ଧୋକା: ଖାକି ପୋଷାକରେ ଲାଗିଲା ଦାଗ, ଗିରଫ ହେଲେ ଏସଆଇ ବାବୁ
- ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ ଜେପି ନଡ୍ଡା
- ୬୪ ଲକ୍ଷରୁ ଅଧିକ ଟଙ୍କା ଅନିୟମିତତା ମାମଲାରେ ୪ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ
- ରାଜ୍ୟରେ ବଢୁଛି ଅସହାୟ, ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା
- ମିଆଁମାରରେ ଭାରତର ଅପରେସନ୍ ବ୍ରହ୍ମା, ୧୫ଟନ୍ ରିଲିଫ୍ ସାମଗ୍ରୀ ସହ ପହଞ୍ଚିଲା ବିମାନ
- ଗତ ୩ ବର୍ଷରେ ୧୯ ହଜାର ୨୦୦ କୋଟି ଟଙ୍କାର ରାଜସ୍ବ ଆଦାୟ କରିଛନ୍ତି ପୂର୍ବ ସରକାର
- ଜାଣନ୍ତୁ କେଉଁ ରଙ୍ଗର ଖାଦ୍ୟ ଖାଇଲେ, ଶରୀରକୁ ମିଳେ କି ଲାଭ
- ରାଜ୍ୟର ହାଇକୋର୍ଟ ବାର୍ ଆସୋସିଏସନ୍ ନିର୍ବାଚନ, ସଭାପତି ପଦ ପାଇଁ ତ୍ରିମୁଖି ଲଢ଼େଇ
Comments are closed.