Latest Odisha News

BREAKING NEWS

ଦୋକାନୀକୁ ହତ୍ୟା କରିବାକୁ ଯାଉଥିବାବେଳେ ଯବାନ ଗୁଳିରେ ଟଳିଲା ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଯବାନ ଗୁଳିରେ ଟଳିଲେ ଆତଙ୍କୀ। ବାରାମୁଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲ। ଆତଙ୍କବାଦୀଙ୍କ ନିକଟରୁ ବନ୍ଧୁକ, ଲୋଡେଡ୍ ମ୍ୟାଗାଜିନ ଏବଂ ଗୋଟିଏ ପାକିସ୍ତାନ ନିର୍ମିତ ଗ୍ରେନେଡ଼ ଉଦ୍ଧାର କରିବାରେ ସଫଳ ହୋଇଛି ବୋଲି କାଶ୍ମୀର ଜୋନ୍ ପୋଲିସ କହିଛି। ବାରାମୁଲ୍ଲାରେ ଜଣେ ଦୋକାନୀଙ୍କୁ ଟାର୍ଗେଟ କରିବାକୁ ସେ ଆସିଥିଲା ବୋଲି ପୋଲିସ କହିଛି।

ପୋଲିସର ସୂଚନା ଅନୁସାରେ ଏହି ଆତଙ୍କବାଦୀ କୁଲଗାମ ଜିଲ୍ଲାର ଜାଭେଦ ଆହ ୱାନି ବୋଲି ଜଣାପଡ଼ିଛି। ଅକ୍ଟୋବର ୨୦ରେ ବିହାରରୁ ୨ଜଣ ଶ୍ରମିକଙ୍କ ହତ୍ୟାରେ ସେ ଆତଙ୍କବାଦୀ ଗୁଲଜାରଙ୍କୁ ସାହାଯ୍ୟ କରିଥିଲେ।

ଆତଙ୍କବାଦୀ ଜଣକ ଜଣେ ଦୋକାନୀକୁ ହତ୍ୟା କରିବାକୁ ଯାଉଥିବାବେଳେ ସୁରକ୍ଷାବାହିନୀ ଉପରେ ଗୁଳି ଚଳାଇଥିଲେ। ପରେ ଏହାର ଜବାବରେ ସୁରକ୍ଷାବାହିନୀ ମଧ୍ୟ ଗୁଳିଚାଳନା କରିଥିଲେ। ସୁରକ୍ଷାବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

Leave A Reply

Your email address will not be published.