Latest Odisha News

BREAKING NEWS

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଅମରିନ୍ଦର ସିଂ

ନୂଆଦିଲ୍ଲୀ: ନିକଟରେ ଏକ ନୂତନ ଦଳ ଗଠନ ଘୋଷଣା କରିଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ କ୍ୟାପଟେନ ଅମରିନ୍ଦର ସିଂ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ତେବେ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ କ୍ୟାପଟେନ ଅମରିନ୍ଦର କ’ଣ ଲେଖିଛନ୍ତି ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିପାରି ନାହିଁ।

ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସହ ମତଭେଦ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂ ଗତ ମାସରେ ତାଙ୍କ ନୂତନ ଦଳ ଗଠନ କରିବେ ବୋଲି କହିଥିଲେ।

Comments are closed.