ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନରେ ଆଜି ବିଏମ୍ସି ପକ୍ଷରୁ ଚଢାଉ କରାଯାଇଛି । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ତିନୋଟି ଜୋନରେ ଚଢାଉ ଚାଲିଛି । ଦୀପାବଳିରେ ବିଭିନ୍ନ ମିଠା କୋକାନି ମାନେ ଭେରାଇଟି ମିଠା ପ୍ରସ୍ତୁତ କରି ଗ୍ରାହକ ମାନକୁ ବିକିବାରେ ଲାଗିଛନ୍ତି ।ଏହି ସବୁ ମିଠା ଗୁଡିକ କ୍ୱାଲିଟି କିପରି ରହିଛି ଏନେଇ ବିଏମସି ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ ମାନେ ଚଢଉ କରିଥିଲେ।
ସୂଚନା ଅନୁସାରେ ରାଜମହଲରୁ କଳ୍ପାନା ଓ କଳ୍ପାନାରୁ ମାଷ୍ଟର କ୍ୟାଣ୍ଟିନ ଛକ ଯାଏଁ ଚଢାଉ କରି ମିଠାର ମାନ ଯାଞ୍ଚ କରୁଛନ୍ତି ବିଏମସି ଅଧିକାରୀ ମାନେ। ରାଜମହଲ ଶ୍ରୀକୁଞ୍ଜ ମିଠା ଦୋକାନରେ ଅଧିକାରୀ ମାନେ ଚଢଉ କରିଥିଲେ । ଦୀପାବଳି ସମୟରେ ପୁରୁଣା ଓ ବାସୀ ଓ ରଙ୍ଗ ଦିଆ ମିଠା ବିକା ଯିବାର ଆଂଶକା ରହିଛି । ଫଳରେ ବିଏମସି ପକ୍ଷରୁ ଚଢାଉ କରାଯାଇଥିଲା ବୋଲି ଅଧିକାରୀ ମାନେ କହିଛନ୍ତି।
Comments are closed.