Latest Odisha News

କୋଭିଡ଼କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବି ବନ୍ଦ ରହିବ ଐତିହାସିକ ବାଲିଯାତ୍ରା

କଟକ: ପୁଣି ଖାଲି ପଡ଼ିବ ବାଲିଯାତ୍ରା ପଡ଼ିଆ। ସନ୍ଧ୍ୟା ହେଲେ ଜମିବନି ଲୋକଙ୍କ ଭିଡ଼। ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବନାହିଁ। କୋଭିଡ଼କୁ ଦୃଷ୍ଟିରେ ରଖି ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ଜିଲ୍ଲା ପ୍ରଶାସନ। ବାଲିଯାତ୍ରା ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି।

BjdElectrycity

କଟକର ଐତିହାସିକ ବାଲିଯାତ୍ରା। ଏହାକୁ ଦେଖିବା ପାଇଁ ଲୋକମାନେ ଦୂରଦୂରାନ୍ତରୁ କଟକକୁ ଆସିଥାନ୍ତି। ବହୁ ଛୋଟ ବଡ଼ ବ୍ୟବସାୟୀ ମଧ୍ୟ ନିଜ ପସରା ମେଲାଇଥାନ୍ତି। ଏଥିରୁ ବ୍ୟବସାୟୀମାନେ ଭଲ ଦୁଇପଇସା ରୋଜଗାର କରିଥାନ୍ତି। ହେଲେ ଏଥର ବି ଆଶା ମଉଳିଯାଇଛି। ବାଲିଯାତ୍ରା ହେଲେ ଲକ୍ଷାଧିକ ସଂଖ୍ୟାରେ ଜନସମାଗମ ହେବ। ଫଳରେ ସଂକ୍ରମଣକୁ ରୋକିବାରେ ଏକପ୍ରକାର ମୁସ୍କିଲ ହୋଇପଡ଼ିବ। ସହରବାସୀଙ୍କ ସ୍ୱାଥଁ ଏବଂ ସୁରକ୍ଷା ଦୃଷ୍ଟିରେ ରଖି ଏବର୍ଷ ବାଲିଯାତ୍ରା ବନ୍ଦ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।

ସେହିପରି ବୋଇତ ବନ୍ଦାଣ ଉତ୍ସବ ମଧ୍ୟ ହେବନାହିଁ। ସରକାରଙ୍କ ଗାଇଡ଼ଲାଇନ୍ ଅନୁଯାୟୀ ବୋଇତ ଭସାଇବାକୁ କୌଣସି ପ୍ରକାର ଭିଡ଼ ହେବନାହିଁ।ତେବେ ବ୍ୟକ୍ତିଗତ ସ୍ତରରେ ବୋଇତ ଭସାଇ ପାରିବେ ବୋଲି ପ୍ରତିକ୍ରିୟା ରଖିଥିଲେ ଜିଲ୍ଲାପାଳ। ଗତବର୍ଷ ମଧ୍ୟ ବାଲିଯାତ୍ରା ଆୟୋଜନ ହୋଇନଥିଲା। କରୋନା କଟକଣା ପାଇଁ ବାଲିଯାତ୍ରାକୁ ବନ୍ଦ ରଖାଯାଇଥିଲା।

Leave A Reply

Your email address will not be published.