Latest Odisha News

BREAKING NEWS

ନୀଳ ଜହ୍ନ ଓ ଲାଲ୍ କଇଁ

ନୀଳ ଜହ୍ନ ଓ ଲାଲ୍ କଇଁ
ଗାୟତ୍ରୀ ଦାସ

ଡୁବି ଗାଡ଼ିଆରେ ଲାଲ୍ କଇଁ
ନୁଖୁରା ମନରେ ସତର ଭାଙ୍ଗ ଦେଇ
ସଜାଡି ରଖିଥାଏ ପ୍ରେମ
ରାତିର ନିର୍ମେଘ ଆକାଶକୁ ଚାହିଁ
ଖୋଜୁଥାଏ ଗ୍ରହ, ତାରା ଅବା ନୀଳ ଜହ୍ନର ଠିକଣା

ଜହ୍ନ, ଗୋଟେ ଛଦ୍ମବେଶୀ ମନ
କୂଳରେ ଦେହଟାକୁ ଥୋଇ
ଖପ୍ କରି ଡେଇଁ ପଡେ ଗାଡ଼ିଆରେ
ଗାଡ଼ିଆ ସାରା ମୁକୁଳା ଲାଲ୍ କଇଁର ଓଠ
ଅଦେହୀ, ରତିମଗ୍ନ ସେଇ ଅଜବ ରାତିଟା
ହଠାତ୍ ଓହ୍ଲାଇ ଆସେ ଅନ୍ଧାର ଛାତିରୁ
ଲାଲ୍ କଇଁର ଲଜ୍ଜାହୀନ ଇଚ୍ଛା
ଶୋଇଯାଇଥାଏ ସବୁଜ ପତ୍ରରେ
ଲୋହିତ ଗ୍ରହ ଆଉ ନାରଙ୍ଗୀ ତାରାଫୁଲମାନେ
ତରଳୁ ଥାଆନ୍ତି ଆଦିମ ଈର୍ଷାରେ
………………
ଗୀତାଗ୍ରାମ, ଅନୁଗୁଳ
୮୨୪୯୫୮୬୪୪୩

ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍‍ କରନ୍ତୁ:
sahitya.odishasambad@gmail.com
(ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ, ମୋବାଇଲ ନମ୍ବର ପଠାଇବାକୁ ଭୁଲିବେନି)

Leave A Reply

Your email address will not be published.