Latest Odisha News

BREAKING NEWS

ଏପ୍ରିଲ୍ ୨୩ରେ କେନ୍ଦ୍ରାପଡା ଓ ବାଲେଶ୍ୱରରେ ପ୍ରଚାର କରିବେ ମୋଦୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦୀ ୨ ଦିନ ପୂର୍ବରୁ ଭୁବନେଶ୍ୱରରେ ରୋଡ ଶୋ’ କରିଥିବା ବେଳେ ଏପ୍ରିଲ୍ ୨୩ ତାରିଖରେ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ।

ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ନାୟକ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଏପ୍ରିଲ୍ ୨୩ ତାରିଖରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଓଡିଶା ଗସ୍ତରେ ଆସିବେ । ଏଥିସହିତ ସେ କେନ୍ଦ୍ରାପଡା ଓ ବାଲେଶ୍ୱରରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଏପ୍ରିଲ୍ ୧୯ ତାରିଖରେ ମୟୁରଭଞ୍ଜ, ନୟାଗଡ ଓ କଟକ ସଦରରେ ଏକ ଜନସମାବେଶରେ ଉଦବୋଧନ ଦେବେ ।

ଗୃହ ମନ୍ତ୍ରୀଙ୍କ ଗସ୍ତର ଗୋଟିଏ ଦିନ ପରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବାସ୍ ନକବି ଓଡିଶା ଗସ୍ତରେ ଆସି ସାଲେପୁର, ଭଦ୍ରକ ଓ କେନ୍ଦ୍ରାପଡାରେ ପ୍ରଚାର କରିବେ ସେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.