Latest Odisha News

BREAKING NEWS

କାର୍ଯ୍ୟରେ ଅବହେଳା ଲାଗି ବରଗଡରେ ୬ ପୋଲିଂ କର୍ମଚାରୀ ନିଲମ୍ବିତ

ବରଗଡ : ନିର୍ବାଚନ ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରୀପାଠି ।

ନିଲମ୍ବିତ ହୋଇଥିବା କର୍ମଚାରୀମାନଙ୍କ ମଧ୍ୟରେ ୩ ଜଣ ପ୍ରିଜାଇଡିଂ ଏବଂ ୩ ଜଣ ସେକ୍ଟର ଅଫିସର ରହିଛନ୍ତି ।

ସେମାନଙ୍କ ମଧ୍ୟରେ ରହିଛନ୍ତି-  ବୁଥ ନମ୍ୱର ୬୮ର ପ୍ରିଜାଇଡିଂ ଅଫିସର ଉମା ଶଙ୍କର ପାଣିଗ୍ରାହୀ ଏବଂ ସେହି ବୁଥର ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀ ।

ସେହିପରି ୨୩୫ ନମ୍ୱର ବୁଥର ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁଙ୍କ ସହ ସେକ୍ଟର ଅଫିସର ପ୍ରଶାନ୍ତ ସେଠୀ ମଧ୍ୟ ନିଲମ୍ବିତ ହୋଇଛନ୍ତି ।

ଆହୁରି ମଧ୍ୟ ୧୧୬ ନମ୍ୱର ବୁଥର ପ୍ରିଜାଇଡିଂ ଅଫିସର ରାତମ ସେଠୀ ଏବଂ ସେକ୍ଟର ଅଫିସର ପ୍ରଦୀପ ପ୍ରଧାନଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.