Latest Odisha News

BREAKING NEWS

[ଭିଡ଼ିଓ] ବିଧାନସଭାରେ ହୋହଲ୍ଲା ମନା: ବାଚସ୍ପତି

ଭୁବନେଶ୍ବର: ବିଧାନସଭାରେ ହୋହଲ୍ଲା ମନା ।  ପ୍ରଶ୍ନକାଳ ବା ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ  ହୋହଲ୍ଲା  କରିପାରିବେନି । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସିମଲାରେ ଅନୁଷ୍ଠିତ ବିଭିନ୍ନ ରାଜ୍ୟମାନଙ୍କର ବାଚସ୍ପତିଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ସବୁ ଦଳକୁ ଏ ନେଇ ଜଣାଇ ଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

ଡିସେମ୍ବର ୧ରୁ ୩୦ ଯାଏ ବିଧାନସଭା ଶୀତ ଅଧିବେଶନ ଚାଲିବ । ଏଥିପାଇଁ ଆସନ୍ତା ୨୯ରେ ବସିବ ସର୍ବଦଳୀୟ ବୈଠକ । ଏଥର ବି କୋଭିଡ କଟକଣା ଭିତରେ ଚାଲିବ ଶୀତ ଅଧିବେଶନ । ଅଧିବେଶନ ପୂର୍ବରୁ ୩ ଦିନ ଧରି ସବୁ ବିଧାୟକଙ୍କ କୋଭିଡ ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହେବ ।

 

 

Leave A Reply

Your email address will not be published.